CBI's New Corruption Case Against Lalu Yadav
ଲାଲୁଙ୍କ ପିଛା ଛାଡ଼ୁନି ବିବାଦ। କିଛି ସପ୍ତାହ ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଥିଲା। ହେଲେ ଏବେ ପୁଣି ଲାଲୁଙ୍କ ବିରୋଧରେ CBI ନୂଆ ମାମଲା ରୁଜୁ କରିଛି। ଲାଲୁଙ୍କ ବିରୋଧରେ ହୋଇଥିବା ଭ୍ରଷ୍ଟାଚାର ଅଭିଯୋଗ ମାମଲାରେ ସିବିଆଇ ୧୫ଟି ଠିକଣାରେ ରେଡ୍ କରୁଛି।
ଲାଲୁ ଯାଦବ ବିହାରର ରେଳ ମନ୍ତ୍ରୀ ଥିବା ସମୟରେ ରେଲ୍ୱେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ୨୦୦୪ ଓ ୨୦୦୯ ମସିହା ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା। ଏହି ମାମଲାରେ ଲାଲୁଙ୍କ ବ୍ୟତୀତ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି।
ଆଜି ସକାଳୁ ସକାଳୁ ଲାଲୁଙ୍କ ଘର ସମେତ ୧୫ଟି ଠିକଣାରେ CBI ରେଡ୍ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653016102.jpg)