ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଧରା ପଡ଼ିଲେ ଦୁଇ ଅଭିଯୁକ୍ତ, ପାଟନାରୁ ହେଲେ ଗିରଫ

ବହୁ ଚର୍ଚ୍ଚିତ ନିଟ୍ ପେପର ଲିକ୍ ମାମଲା । ଗିରଫ ହେଲେ ଦୁଇଜଣ ଅଭିଯୁକ୍ତ ।

NEET Exam

ବହୁ ଚର୍ଚ୍ଚିତ ନିଟ୍ ପେପର ଲିକ୍ ମାମଲା । ଗିରଫ ହେଲେ ଦୁଇଜଣ ଅଭିଯୁକ୍ତ । ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଆଜି ବିହାରରେ NEET-UG ପେପର୍ ଲିକ୍ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଦ୍ୱୟ ହେଲେ ପାଟନାରୁ ମନୀଷ ପ୍ରକାଶ ଏବଂ ଆଶୁତୋଷ ।

ଏହି ଦୁଇ ଅଭିଯୁକ୍ତ ଦ୍ୱୟ ପାଟନାରେ ଥିବା ଏକ ହଷ୍ଟେଲରେ ପ୍ରଶ୍ନପତ୍ର ଲିକ୍ କରିଥିବା ଜଣା ପଡ଼ିଛି । ନିଟ୍ ପରୀକ୍ଷାର ଗୋଟାଏ ଦିନ ପୂର୍ବରୁ ସେମାନେ ଉକ୍ତ ହଷ୍ଟେଲ୍‌ରେ ପ୍ରଶ୍ନପତ୍ର ସହ ଉତ୍ତର ଖାତା ମଧ୍ୟ ଦେଇଥିବାର ଜଣାପଡ଼ିଛି । ତେବେ ସେହି ସ୍କୁଲଟି ଗୋଟିଏ ରାତି ପାଇଁ ବୁକ୍ ହୋଇଥିବା ଜଣାପଡ଼ିଛି।

ପଢନ୍ତୁ ଏହି ଖବର: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: କେମିତି ହୁଏ ପେପର ଲିକ୍ କହିଲା ମାଫିଆ...

ଏହା ସହ ପ୍ରଶ୍ନପତ୍ର ଲିକ୍ ହେବା ପରେ ଧରା ପଡ଼ିଯିବା ଭୟରେ ଏହାକୁ ପୋଡ଼ି ଦିଆଯାଇଥିବା ଜଣା ପଡ଼ିଛି । ସିବିଆଇ ଅଧିକାରୀମାନେ ଅଭିଯୁକ୍ତ ଦ୍ୱୟଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲେ । NEET ପେପର୍ ଲିକ୍ ସହ ଜଡିତ ୬ଟି ମାମଲାର ତଦନ୍ତ କରୁଛି ସିବିଆଇ ।

ଏହି ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏ ବିହାର, ମହାରାଷ୍ଟ୍ର ଓ ଗୁଜୁରାଟରୁ ଥିବା ବେଳେ ଆଉ ତିନୋଟି ରାଜସ୍ଥାନର । ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା MBBS, BDS, AYUSH ଏବଂ ଦେଶର ସରକାରୀ ତଥା ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଅନ୍ୟାନ୍ୟ ପାଠ୍ୟକ୍ରମରେ ଆଡମିଶନ ପାଇଁ NEET-UG ପରିଚାଳିତ ହୋଇଥାଏ । ଚଳିତ ବର୍ଷର ପରୀକ୍ଷା ୫ ମେ’ରେ ୫୭୧ ଟି ସହରର ୪,୭୫୦ କେନ୍ଦ୍ରରେ କରାଯାଇଥିଲା । ପ୍ରାୟ ୨୩ଲକ୍ଷରୁ ଅଧିକ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ ।