ହୋଇନି ଗଣଦୁଷ୍କର୍ମ ! ସଂଜୟ ରାୟ ହିଁ ଏକମାତ୍ର ଅଭିଯୁକ୍ତ: ସିବିଆଇ

କୋଲକାତା ବହୁ ଚର୍ଚ୍ଚିତ ଅଭୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟ । ଏନେଇ ଚାର୍ଜସିଟରେ ଉଲ୍ଲେଖ କରିଛି ସିବିଆଇ । ସିଆଲଦା ସ୍ପେଶାଲ କୋର୍ଟରେ ଆଜି ସିବିଆଇ ଚାର୍ଜସିଟ ଦାଖଲ କରିଛି ।

Kolkata Horror

କୋଲକାତା ବହୁ ଚର୍ଚ୍ଚିତ ଅଭୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟ । ଏନେଇ ଚାର୍ଜସିଟରେ ଉଲ୍ଲେଖ କରିଛି ସିବିଆଇ । ସିଆଲଦା ସ୍ପେଶାଲ କୋର୍ଟରେ ଆଜି ସିବିଆଇ ଚାର୍ଜସିଟ ଦାଖଲ କରିଛି । ୨୦୦ ଲୋକଙ୍କ ବୟାନ ଏହି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । କୋଲକାତା ପୋଲିସରେ ଠିକା କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ସଂଜୟ ରାୟ ହିଁ ଏହି କାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଚାର୍ଜସିଟରେ ଦର୍ଶାଇଛି ସିବିଆଇ ।

ହସ୍ପିଟାଲ ସେମିନାର ରୁମରେ ରେଷ୍ଟ ପାଇଁ ମହିଳା ଡାକ୍ତର ଜଣଙ୍କ ଯାଇଥିବା ବେଳେ ଅପରାଧ ଭିଆଇଥିଲା ସଂଜୟ । ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରେକର୍ଡ ହୋଇଥିବା ୨୦୦ ଜଣଙ୍କ ସାକ୍ଷ୍ୟରେ ସଂଜୟ ହିଁ ମୁଖ୍ୟ ଅଭିଯୁକ୍ତ । ଗଣଦୁଷ୍କର୍ମ ନେଇ ଅନେକ ଅଭିଯୁକ୍ତଙ୍କ ନାଁ ଆସୁଥିବାରୁ ବର୍ତ୍ତମାନ ବି ଘଟଣାର ତଦନ୍ତ ଜାରି ରଖିଛି ସିବିଆଇ ।

ଗତ ଅଗଷ୍ଟ ୯ ତାରିଖରେ ହସ୍ପିଟାଲ ସେମିନାର ହଲରେ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା । ଘଟଣାର ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅଭୟାଙ୍କୁ ନ୍ୟାୟ ଦାବିରେ ସାରା ଦେଶରେ ଆନ୍ଦୋଳନ ବିକ୍ଷୋଭ ହୋଇଥିଲା । ଏବେ ବି କୋଲକାତାରେ ଆନ୍ଦୋଳନ ଚାଲିଛି ।

ଅଗଷ୍ଟ ୯ ତାରିଖରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ସିବିଆଇ ଅଧିକାରୀଙ୍କ କହିବା ଅନୁସାରେ, ସଞ୍ଜୟ ଜଣେ ବିକୃତ ମାନସିକତାର ବ୍ୟକ୍ତି । ଯାହାର ଅଭ୍ୟାସ ଥିଲା ପର୍ଣ୍ଣ ଭିଡିଓ ଦେଖିବା । ଖାଲି ଏତିକି ନୁହେଁ, ସେ ଜଣେ ପଶୁ ପ୍ରବୃତିର । ଦୁଷ୍କର୍ମ ଓ ହତ୍ୟା ଘଟଣା ଭଳି ଜଘନ୍ୟକାଣ୍ଡ ଘଟାଇବା ପରେ ମଧ୍ୟ ତାର କୌଣସି ପଶ୍ଚାତାପ ନାହିଁ ।

ସଞ୍ଜୟର ମୋବାଇଲରୁ ଅନେକ ଅଶ୍ଳୀଳ ଭିଡିଓ ମିଳିଛି । ସେ ଛୋଟରୁ ଛୋଟ ଘଟଣା କହିବା ସହ କେମିତି ଅପରାଧ ଘଟାଇଛି ସେ ସବୁ କଥାକୁ ଗୋଟି ଗୋଟି ବଖାଣିଥିଲା ସିବିଆଇ ଆଗରେ । ଆଗରୁ ମଧ୍ୟ ସଞ୍ଜୟ ଅନେକ ମହିଳାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ୪ ଜଣ ଯୁବତୀଙ୍କୁ ବାହା ହୋଇ ଦେହ ସୁଖ ନେବା ପରେ ସେମାନଙ୍କୁ ଅଧାବାଟରେ ଛାଡ଼ି ଦେଇଥିଲା ।

ଖାଲି ସେତିକି ନୁହେଁ, ନିଜର ଶାରୀରିକ ସ୍ୱାର୍ଥ ମେଣ୍ଟିଯିବା ପରେ ସମସ୍ତଙ୍କୁ ପ୍ରବଳ ମାଡ଼ ମାରି ଲହୁ ଲୁହାଣ କରିଥିଲା । ଏମିତିକି ତା’ର ୪ର୍ଥ ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ତାକୁ ମାଡ଼ ମାରି ଲହୁଲୁହାଣ କରିଥିଲା । ସେ ପୋଲିସ ନିକଟରେ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତା’କୁ ଗିରଫ କରିନଥିଲା ।

ସେପଟେ ଜଣାପଡ଼ିଛି ଯେ, ବିଗତ ୬ ମାସ ହେବ କୁଆଡ଼େ ଆର.ଜି.କର୍ ମେଡିକାଲ କଲେଜ୍ ହସ୍ପିଟାଲକୁ ଯିବାକୁ ଚାହୁଁ ନଥିଲେ ଅଭୟା । କାହିଁକି ଚାହୁଁନଥିଲେ, କଣ ତା ପଛର କାରଣ, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । କାହିଁକି ଯିବାକୁ ଚାହୁଁନଥିଲେ ଅଭୟା ? କଣ ଚାଲିଥିଲା R.G କର୍ ମେଡ଼ିକାଲ୍ କଲେଜରେ ସେ ସବୁ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।

ଯେଉଁ ମେଡିକାଲ କଲେଜରେ ପଢ଼ି ରୋଗୀ ସେବା କରିବା ସ୍ୱପ୍ନ ଥିଲା, ଯେଉଁଠୁ ସେ ମାଷ୍ଟର ଡିଗ୍ରୀ କରି ସାରିଥିଲେ । ତେବେ ସେଠିକୁ ଯିବାକୁ କାହିଁକି ଚାହୁଁ ନଥିଲେ ଅଭୟା ? କଲେଜର କିଛି ଗୋଟେ ବଡ଼ ଗୁମର ଜାଣି ଦେଇଥିଲେ କି ସେ ? ଯେଉଁଥିପାଇଁ କେଉଁ ଅଦୃଶ୍ୟ ଶକ୍ତିର ଚାପରେ ଚପି ଯାଉଥିଲେ, ସେ ଶକ୍ତିର ସାମ୍ନା କରିବାକୁ ଭୟ କରୁଥିଲେ ? ଗୁମର ଜାଣିଯିବାରୁ ତାଙ୍କୁ ରାସ୍ତାରୁ ହଟାଯାଇନି ତ ? ତେବେ ଏହାରି ଭିତରେ ସଂଜୟ ରାୟକୁ ମୁଖ୍ୟ ଅଭିଯୁକ୍ତ କହି ନିଜ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି ସିବିଆଇ ।