Advertisment

ବିଲେଇକୁ ଖାଇବାରେ ସାହାଯ୍ୟ କଲା କୁକୁଡା

ମାଂସାହାରୀ ପଶୁମାନଙ୍କ ସମ୍ମୁଖରେ ଯଦି କୌଣଇ ପକ୍ଷୀଟିଏ ପଡିଯାଏ ତେବେ ସେ ତାକୁ ଶିକାର ନ କରି ଛାଡିଦେବା ପ୍ରାୟ ଦେଖାଯାଏ ନାହିଁ। ଏନେଇ ପକ୍ଷୀମାନେ ଭୟରେ ସେମାନଙ୍କଠାରୁ ଦୂରରେ ରୁହନ୍ତି। କିନ୍ତୁ ବେଳେବେଳେ ଏପରି କିଛି ଚିତ୍ର ବାହାରକୁ ଆସେ ଯାହାକୁ ବିଶ୍ୱାସ କରିବା କଷ୍ଟକର। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ନଜରକୁ ଆସିଛି, ଯେଉଁଥିରେ ଏକ ବିଲେଇ ଏବଂ କୁକୁଡାର ଗଭୀର ବନ୍ଧୁତା ଦେଖିବାକୁ ମିଳିଛି।

Chicken help to Cat

Chicken help to Cat

Advertisment

ସୋସିଆଲ୍ ଭାଇରାଲ : ମାଂସାହାରୀ ପଶୁମାନଙ୍କ ସମ୍ମୁଖରେ ଯଦି କୌଣଇ ପକ୍ଷୀଟିଏ ପଡିଯାଏ ତେବେ ସେ ତାକୁ ଶିକାର ନ କରି ଛାଡିଦେବା ପ୍ରାୟ ଦେଖାଯାଏ ନାହିଁ। ଏନେଇ ପକ୍ଷୀମାନେ ଭୟରେ ସେମାନଙ୍କଠାରୁ ଦୂରରେ ରୁହନ୍ତି। କିନ୍ତୁ ବେଳେବେଳେ ଏପରି କିଛି ଚିତ୍ର ବାହାରକୁ ଆସେ ଯାହାକୁ ବିଶ୍ୱାସ କରିବା କଷ୍ଟକର। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ନଜରକୁ ଆସିଛି, ଯେଉଁଥିରେ ଏକ ବିଲେଇ ଏବଂ କୁକୁଡାର ଗଭୀର ବନ୍ଧୁତା ଦେଖିବାକୁ ମିଳିଛି। ଆପଣ ମଧ୍ୟ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ସାଧାରଣତଃ ବିଲେଇ କୁକୁଡ଼ା କିମ୍ବା ପାରାକୁ ଆକ୍ରମଣ କରି ସେମାନଙ୍କୁ ଶିକାର କରିଥାଏ।

Advertisment

କିନ୍ତୁ ଏହି ଭିଡିଓରେ କିଛି ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓରେ କିପରି ଏକ କୁକୁଡ଼ା ବିଲେଇକୁ ସାହାଯ୍ୟ କରୁଛି ତାହା ଦେଖାଯାଏ। କେବଳ ଏତିକି ନୁହେଁ, ଅନ୍ୟ ଦୁଇଟି ବିଲେଇ ମଧ୍ୟ କୁକୁଡା ପାଖରେ ବସିଥିବା ବେଳେ କୁକୁଡାର କିଛି ବି କ୍ଷତି କରୁ ନ ଥିବା ଦେଖିବାକୁ ମିଳେ। ପ୍ରକୃତରେ, ଭାଇରାଲ୍ ଭିଡିଓରେ ଏକ ବିଲେଇ ଚୋରି କରୁଥିବା ଦେଖିବାକୁ ମିଳୁଥିବା ବେଳେ କୁକୁଡ଼ା ତାକୁ ସାହାଯ୍ୟ କରୁଥିବା ଦେଖାଯାଏ। ଏକ ଉଚ୍ଚା ସ୍ଥାନରେ ଥିବା କିଛି ଖାଦ୍ୟକୁ ଖାଇବା ନେଇ ବିଲେଇଟି ଚେଷ୍ଟା କରୁଥିଲା, କିନ୍ତୁ ସେ ସେଠାରେ ପହଞ୍ଚି ପାରୁ ନ ଥିଲା। ଏହି ସମୟରେ ଏକ କୁକୁଡ଼ା ତାକୁ ସାହାଯ୍ୟ କରିବାକୁ ଆଗେଆସିଥିବା ଦେଖାଯାଏ।

Advertisment

ପ୍ରଥମେ କୁକୁଡାଟି ଷ୍ଟୁଲ ପରି କୌଣସି ଏକ ସ୍ଥାନରେ ଠିଆ ହେଇଯାଏ, ଏହା ପରେ ବିଲେଇଟି କୁକୁଡା ଉପରେ ଠିଆ ହୋଇ ଟେବୁଲରେ ରଖାଯାଇଥିବା ଖାଦ୍ୟକୁ ଖାଇବା ଆରମ୍ଭ କରୁଥିବା ଦେଖିବାକୁ ମିଳେ। ଏହି ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳେ ଯେ ନିକଟରେ ଏକ ମାଟି ଚୁଲା ମଧ୍ୟ ଅଛି ଯେଉଁଠାରେ ନିଆଁ ଜଳୁଛି ଏବଂ ଚୁଲି ଉପରେ ଥିବା ଏକ ପ୍ୟାନରେ ବୋଧହୁଏ କ୍ଷୀର ଫୁଟୁଛି। ଏଥିରୁ ଏହା ଅନୁମାନ କରାଯାଇପାରେ ଯେ ବୋଧହୁଏ ଟେବୁଲ ଉପରେ କିଛି ଖୁଆ ଅଛି, ଯାହାକୁ ବିଲେଇ ଖାଇବାକୁ ଚେଷ୍ଟା କରୁଛି ଏବଂ କୁକୁଡ଼ା ତକୁ ସାହାଯ୍ୟ କରୁଛି। ସୋସିଆଲ ମିଡିଆ ଉପଭୋକ୍ତାମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଥିବା ଦେଖିବାକୁ ମିଳେ।

Advertisment

ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରି ସୁଶାନ୍ତ ନନ୍ଦା ଲେଖିଛନ୍ତି, “ସମସ୍ୟାର ମୁକାବିଲା କରିବାର ରହସ୍ୟ ହେଉଛି ପରସ୍ପରକୁ ବିରୋଧ କରିବା ଅପେକ୍ଷା ଏକଜୁଟ ହେବା ଭଲ। ଏହି ଭିଡିଓକୁ ଜାନୁଆରୀ ୨୮ ସନ୍ଧ୍ୟାରେ ସୁଶାନ୍ତ ନନ୍ଦା ସେୟାର କରିଥିଲେ। ଯାହା ଏପର୍ଯ୍ୟନ୍ତ ୧୨ ହଜାର ୩୦୦ ରୁ ଅଧିକ ଭ୍ୟୁ ଏବଂ ୧୧୦୦ରୁ ଅଧିକ ଲାଇକ୍ ପାଇଛି। ଏହା ସହିତ, ଏହି ଭିଡିଓକୁ ୧୫୩ ଥର ରିଟ୍ୱିଟ୍‌ କରାଯାଇଛି।

Social Viral Chicken Help Cat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ