Advertisment

ଟଙ୍କା ଗଦି ଉପରେ ଶୋଉଥିଲେ କଣ୍ଟ୍ରାକ୍ଟର-କର୍ପୋରେଟର ଦମ୍ପତି, ବେଡ୍ ତଳୁ ମିଳିଲା ୪୨ କୋଟି ଟଙ୍କା...

ଟଙ୍କା ଗଣି ଗଣି ନୟାନ୍ତ ଆୟକର ବିଭାଗ ଅଧିକାରୀ । ଏଭଳି କଳାଧନ ଭର୍ତ୍ତି କୁବେର ଭଣ୍ଡାରର ଖୁଲାସା ହୋଇଛି କର୍ଣ୍ଣାଟକ ବେଙ୍ଗାଲୁରୁରେ ।

Cash worth 42 cr seized from contractor residence during IT raids in Karnataka

Cash worth 42 cr seized from contractor residence during IT raids in Karnataka

Advertisment

ଟଙ୍କା ଗଦି ଉପରେ ଶୋଉଥିଲେ କଣ୍ଟ୍ରାକ୍ଟର-କର୍ପୋରେଟର ଦମ୍ପତି । ବେଡ୍ ତଳୁ ମିଳିଲା ପେଟି ପେଟି ଟଙ୍କା । ଗଣିବା ବେଳକୁ ୨୩ଟି ବାକ୍ସରେ ଥିଲା ମୋଟ୍‌ ୪୨ କୋଟି ଟଙ୍କା । ଖଟ ତଳେ ୪୨ କୋଟି ଟଙ୍କା, ଆଉ ସବୁଯାକ ୫ ଶହ ଟଙ୍କିଆ ନୋଟ୍ ।

Advertisment

ଟଙ୍କା ଗଣି ଗଣି ନୟାନ୍ତ ଆୟକର ବିଭାଗ ଅଧିକାରୀ । ଏଭଳି କଳାଧନ ଭର୍ତ୍ତି କୁବେର ଭଣ୍ଡାରର ଖୁଲାସା ହୋଇଛି କର୍ଣ୍ଣାଟକ ବେଙ୍ଗାଲୁରୁରେ । କଣ୍ଟ୍ରାକ୍ଟର ଅମ୍ବିକାପତି ଓ ତାଙ୍କ କର୍ପୋରେଟର ପତ୍ନୀ ଅଶ୍ୱତ୍ଥାମାଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ଆୟକର ବିଭାଗ ଚଢ଼ାଉ କରି ନଗଦ ୪୨ କୋଟିରୁ ଅଧିକ ଟଙ୍କା ଜବତ କରିଛି ।

ଘଟଣା ସଂପର୍କରେ କାହାର ପ୍ରତିକ୍ରିୟା ହସ୍ତଗତ ହୋଇନଥିଲେ ବି, ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହାକୁ ନେଇ ସରଗରମ ହୋଇଛି ଉଭୟ କର୍ଣ୍ଣାଟକ ଓ ତେଲେଙ୍ଗାନା ରାଜନୀତି । କାରଣ ତେଲେଙ୍ଗାନାରେ ନଭେମ୍ବର ୩୦ରେ ଭୋଟ୍ ଥିବାବେଳେ, କର୍ଣ୍ଣାଟକର କ୍ଷମତାସୀନ କଂଗ୍ରେସ ଏହି ଟଙ୍କାକୁ ତେଲେଙ୍ଗାନାରେ ଭୋଟ୍ କିଣିବାକୁ ପଠାଉଥିଲା ବୋଲି ବିଜେପି ଅଭିଯୋଗ କରିଛି ।  

Advertisment

ଏହି ଟଙ୍କା ବିଲ୍‌ଡର୍‌, ସୁନା ବ୍ୟବସାୟୀ ଓ ଠିକାଦାରଙ୍କ ଠାରୁ ଟିକସ ଭାବେ ଆଦାୟ କରାଯାଇଥିଲା । ଏହାକୁ ମିଶାଇ ମୋଟ୍‌ ୧୫ଶହ କୋଟି ଟଙ୍କା ବେଙ୍ଗାଲୁରୁରୁ ଚେନ୍ନାଇ ଦେଇ ହାଇଦ୍ରାବାଦ ଯିବାର ଥିଲା ବୋଲି ଅଭିଯୋଗ ହୋଇଛି । ତେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସୂଚନା ଅନୁସାରେ, କଣ୍ଟ୍ରାକ୍ଟର ଅମ୍ବିକାପତି, ଯିଏକି କର୍ଣ୍ଣାଟକରେ ବିଜେପି ସରକାର ଥିବାବେଳେ, ବିଜେପି ବିଧାୟକଙ୍କ ବିରୋଧରେ ୪୦ ପ୍ରତିଶତ କମିଶନ ନେଉଥିବା ପୂର୍ବରୁ 
ଅଭିଯୋଗ ଆଣିଥିଲେ । ଆଉ ଆଜି ତାଙ୍କ ବେଡ୍ ତଳୁ ମିଳିଛି ନଗଦ ୪୨ କୋଟି ଟଙ୍କା ।

Advertisment
Cash Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ