Advertisment

ସମୁଦ୍ର ମଝିରୁ ଜାହାଜ ଅପହରଣ ! ୧୫ ଭାରତୀୟଙ୍କୁ ଉଦ୍ଧାର ପାଇଁ ଯାଇଛି ନୌସେନା

ଜାହାଜ ଭିତରେ ୫/୬ଜଣ ଅଜ୍ଞାତ ଅସ୍ତ୍ରଧାରୀ ବ୍ୟକ୍ତି ପ୍ରବେଶ କରିଥିବା ନେଇ ଜାହାଜ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ଜଣାପଡିଛି।

ଅଦ୍ୟତନ ହୋଇଛି
INS

INS

Advertisment

୧୫ଜଣ ଭାରତୀୟ ନାବିକ ଥିବା ଲାଇବେରିଆର ଏକ ଜାହାଜକୁ ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ କରାଯାଇଛି । ଏହି ଜାହାଜର ନାଁ ଏମଭି ଲୀଲା ନର୍ଫକ୍’। ଏହାକୁ ଗତକାଲି ସନ୍ଧ୍ୟାରେ ଅପହରଣ କରାଯାଇଥିବା ସୂଚନା ମିଳିଛି । ଅପହୃତ ଜାହାଜ ଉପରେ ଭାରତୀୟ ନୌସେନା ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି । ଭାରତୀୟ ନୌସେନାର ବିମାନ ମଧ୍ୟ ସେଥିରେ ଥିବା ନାବିକମାନଙ୍କ ସହିତ ଯୋଗାଯୋଗ କରିବାରେ ସମର୍ଥ ହୋଇଛି।

Advertisment

ଜାହାଜ ଭିତରେ ସେମାନେ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି । ପରିସ୍ଥିତର ମୁକାବିଲା କରିବା ଲାଗି ଅପହୃତ ଜାହାଜ ପାଖକୁ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS ଚେନ୍ନାଇ ଯାଇ ପହଂଚିଛି । ଅପହୃତ ଜାହାଜକୁ ଉଦ୍ଧାର କରିବା ଲାଗି ସେ ଅଞ୍ଚଳରେ ଥିବା ମ୍ୟାରିଟାଇମ୍ ସିକ୍ୟୁରିଟି ଟାସ୍କ୍ ଫୋର୍ସ’ର ବିଭିନ୍ନ ଏଜେନ୍ସୀମାନଙ୍କ ସହିତ ଯୋଗାଯୋଗ କରାଯାଇଛି। ଜାହାଜ ଭିତରେ ୫/୬ଜଣ ଅଜ୍ଞାତ ଅସ୍ତ୍ରଧାରୀ ବ୍ୟକ୍ତି ପ୍ରବେଶ କରିଥିବା ନେଇ ଜାହାଜ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ଜଣାପଡିଛି।

ଆନ୍ତର୍ଜାତିକ ଭାଗିଦାର ଓ ବନ୍ଧୁଭାବାପନ୍ନ ବିଦେଶୀ ରାଷ୍ଟ୍ରମାନଙ୍କ ସହଯୋଗରେ ସେ ଅଞ୍ଚଳ ଦେଇ ଯାତାୟାତ କରୁଥିବା ବାଣିଜ୍ୟପୋତଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଭାରତୀୟ ନୌସେନା ତା’ର ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟ କରୁଥିବା କଥା ନୌସେନା ଅଧିକାରୀମାନେ କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ଭିତରେ ୫/୬ଜଣ ଅଜ୍ଞାତ ଅସ୍ତ୍ରଧାରୀ ବ୍ୟକ୍ତି ପ୍ରବେଶ କରିଥିବା କଥା କହି ଉକ୍ତ ବାଣିଜ୍ୟପୋତ ସତର୍କ ସୂଚନା ଜାରି କରିଥିଲା।

Somalia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ