Advertisment

"ସତର୍କ ରୁହନ୍ତୁ ଏହି ତିନି ମାସ"

କରୋନା ପାଇଁ ଆଗାମୀ ୩ ମାସ ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସରକାର। ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଏହି ୩ ମାସ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସତର୍କ ରହିବା ସହ ବିଶେଷ ବାହାରକୁ ନବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଭର୍ଚୁଆଲରେ ସମସ୍ତ ପର୍ବପର୍ବାଣୀ ପାଳନ କରନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ୍ କହିଛନ୍ତି ।

ଅଦ୍ୟତନ ହୋଇଛି
undefined

covid situation in india

Advertisment

ନୂଆଦିଲ୍ଲୀ: କରୋନା ପାଇଁ ଆଗାମୀ ୩ ମାସ ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସରକାର। ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଏହି ୩ ମାସ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସତର୍କ ରହିବା ସହ ବିଶେଷ ବାହାରକୁ ନବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଭର୍ଚୁଆଲରେ ସମସ୍ତ ପର୍ବପର୍ବାଣୀ ପାଳନ କରନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ୍ କହିଛନ୍ତି । ସେହିପରି ଦୁର୍ଗାପୂଜା, ରାମଲୀଳା ପାଳନ ନେଇ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଭିଡ଼ ନକରିବା ସହ ଭିଡ଼କୁ ନଯିବାକୁ ପରାମର୍ଶ ଦେଇଛନ୍ତି ଲବ୍ ଅଗ୍ରଓ୍ବାଲ । ଏପଯର୍ୟନ୍ତ କୋଭିଡ଼ ମହାମାରୀ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ । ୨ୟ ଲହରକୁ ଆମେ ସମ୍ପୂର୍ଣ୍ଣ ଭାବେ ରୋକି ପାରିନାହୁଁ ବୋଲି ମଧ୍ୟ କହିଛନ୍ତି।

Advertisment

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ନେଇ କେନ୍ଦ୍ର ସରକାର ତିନି ମାସ ଯାଏଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କରୋନାର ଦ୍ୱିତୀୟ ଲହରଟି ଯୁବପୀଢିଙ୍କ ଉପରେ ବେଶ ପ୍ରଭାବ ପକାଇଥିଲା । ତେବେ ତୃତୀୟ ଲହରୀରେ ଛୋଟ ଛୁଆଙ୍କ ସଂକ୍ରମଣ ଆଶଙ୍କାରେ ସରକାର ଆଗୁଆ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୨୨,୪୩୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଣ୍ଟାରେ ଦେଶରେ ୩୧୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୯୪,୩୧୨ରେ ପହଞ୍ଚିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି ।

Advertisment

ଏପଟେ, ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ଖସୁଛି ସଂକ୍ରମଣ ଗ୍ରାଫ୍ । ଦୁଇ ଦିନ ହେବ ରାଜ୍ୟରେ ୫୦୦ ଉପରେ ରହୁଛି ସଂକ୍ରମଣ । ଗତକାଲି ୫୯୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୫୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୩ ଆକ୍ରାନ୍ତ ଅଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୩୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୪୫ ଜଣ ।

COVID-19 Love Agarwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ