Advertisment

ସବୁଠୁ ବିପଦପୂର୍ଣ୍ଣ ଯୁଦ୍ଧକ୍ଷେତ୍ରରେ ପ୍ରଥମ ମହିଳା କ୍ୟାପଟେନ ଶିବା ଚୌହାନ

କ୍ୟାପଟେନ ଶିବା ଚୌହାନ ସିଆଚେନ୍ ଗ୍ଲାସିଅରର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ପୋଷ୍ଟ ହୋଇଥିବା ପ୍ରଥମ ମହିଳା ଅଧିକାରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା।

author-image
Pramod Behera
ଅଦ୍ୟତନ ହୋଇଛି
Indian Army'S First Woman Officer Deployed At Siachen Glacier

Captain Shiva Chauhan, first woman to be deployed at world's most dangerous battlefield

ଫାୟାର ଆଣ୍ଡ୍‌ ଫ୍ୟୁରୀ କାର୍ପ୍ସ ଅଧିକାରୀ କ୍ୟାପଟେନ ଶିବା ଚୌହାନ ସିଆଚେନ୍ ଗ୍ଲାସିଅରର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ପୋଷ୍ଟ ହୋଇଥିବା ପ୍ରଥମ ମହିଳା ଅଧିକାରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା। ଲୋକମାନେ ଝିଅମାନଙ୍କ ପାଇଁ ଏକ ଉଦାହରଣ ଭାବରେ କ୍ୟାପଟେନ୍‌ ଶିବାଙ୍କୁ ଦେଖୁଛନ୍ତି।

Advertisment

ଭାରତୀୟ ସେନାର ଫାୟାର ଆଣ୍ଡ୍‌ ଫ୍ୟୁରୀ କାର୍ପ୍ସ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଜରିଆରେ କ୍ୟାପଟେନ ଶିବା ଚୌହାନଙ୍କ ଏହି ସଫଳତାକୁ ନେଇ ସୂଚନା ଦେଇଛି। ଟ୍ୱିଟ୍‌ରେ ଏହା ଲେଖାଯାଇଛି ଯେ ଫାୟାର ଆଣ୍ଡ୍‌ ଫ୍ୟୁରୀ ସାପର୍ସର କ୍ୟାପଟେନ ଶିବା ଚୌହାନ ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ ଯିଏକି ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର କୁମାର ପୋଷ୍ଟ୍‌ରେ ଅପରେଶନାଲ୍ ଭାବରେ ପୋଷ୍ଟ ହୋଇଛନ୍ତି।

କୁମାର ପୋଷ୍ଟ୍‌ରେ ପୋଷ୍ଟ ହେବା ପୂର୍ବରୁ ଶବାଙ୍କୁ କଠୋର ତାଲିମ ଦେଇ ଗତି କରିବାକୁ ପଡ଼ିଥିଲା। ସିଆଚେନ୍ ଗ୍ଲାସିଅର୍ ହେଉଛି ପୃଥିବୀର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର, ଯେଉଁଠାରେ ୧୯୮୪ ରୁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ମଝିରେ ମଝିରେ ଉତ୍ତେଜନା ପ୍ରକାଶ ପାଇଥାଏ।

Advertisment

୧୯୮୪ ରୁ ୨୦୧୫ ପର୍ଯ୍ୟନ୍ତ, ସିଆଚେନ୍‌ରେ ପାଣିପାଗ ଯୋଗୁଁ ୮୭୩ ସୈନିକଙ୍କର ମୃତ୍ୟୁ ହୋଇଥିଲା। ଯେହେତୁ ଏହା ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏଠାରେ ୩୦୦୦ ସୈନିକ ସର୍ବଦା ନିୟୋଜିତ ରୁହନ୍ତି। ଦୁର୍ଘଟଣା ଏବଂ ତୁଷାରପାତ ଯୋଗୁଁ ଅନେକ ସୈନିକ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି।

ସିଆଚେନ୍‌ରେ ନିୟୋଜିତ ସୈନିକମାନଙ୍କ ପାଇଁ ଭାରତ ସରକାର ପ୍ରତିଦିନ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଏକ ରିପୋର୍ଟରୁ ଜଣାଯାଏ। ଖବର ଅନୁଯାୟୀ, ଗ୍ଲାସିଅରରେ ସମୁଦାୟ ୨୫୦୦ ରୁ ଅଧିକ ଭାରତୀୟ ଏବଂ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ହୋଇଛି।

ସେପ୍ଟେମ୍ବର ୨୦୨୧ରେ, ୮ ଜଣ ଭିନ୍ନକ୍ଷମଙ୍କ ଏକ ଟିମ୍ ସିଆଚେନ୍ ଗ୍ଲାସିଅର୍ ଉପରେ ୧୫,୬୩୨ ଫୁଟ ଉଚ୍ଚରେ ଥିବା କୁମାର ପୋଷ୍ଟ୍‌ରେ ପହଞ୍ଚିବା ପରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ।

Southern Siachen Glacier
Advertisment
Advertisment