Advertisment

ବିଜେପିରେ ସାମିଲ ହେବେ କି କ୍ୟାପଟେନ୍‌ !

ଦିଲ୍ଲୀ ଗସ୍ତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ। କ୍ୟାପଟେନ ଅମରିନ୍ଦର ସିଂ ଆଜି ଦିଲ୍ଲୀରେ ପହଞ୍ଚିବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ସୂଚନାନୁସାରେ, ଏହି ଗସ୍ତ ସମୟରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି

ଅଦ୍ୟତନ ହୋଇଛି
undefined

cm amarinder singh

Advertisment

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ। କ୍ୟାପଟେନ ଅମରିନ୍ଦର ସିଂ ଆଜି ଦିଲ୍ଲୀରେ ପହଞ୍ଚିବେ। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହା ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ। ସୂଚନାନୁସାରେ, ଏହି ଗସ୍ତ ସମୟରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଦୁଇ ନେତାଙ୍କ ମଧ୍ୟରେ କୃଷି ଆନ୍ଦୋଳନ ଏବଂ କୃଷି ଆଇନ ଉପରେ ଆଲୋଚନା କରାଯାଇପାରେ।

Advertisment

ତେବେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଗଣମାଧ୍ୟମ ପରାମର୍ଶଦାତା ରେଭେନ୍ ଥୁକ୍ରାଲ ଟ୍ୱିଟ୍ କରି କହିଛନ୍ତି ଯେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ସେ ବ୍ୟକ୍ତିଗତ କାମରେ ଦିଲ୍ଲୀ ଯାଉଛନ୍ତି। ଆଉ ଏହି ସମୟରେ ସେ ନିଜର ବ୍ୟକ୍ତିଗତ ବନ୍ଧୁ ଓ ସମ୍ପର୍କୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସୂଚନାନୁସାରେ, ଅମରିନ୍ଦର ସିଂ ଅପରାହ୍ନରେ ଚଣ୍ଡିଗଡ଼ରୁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଅମରିନ୍ଦର ସିଂ ୧୮ ସେପ୍ଟେମ୍ବରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅମରିନ୍ଦରଙ୍କ ସ୍ଥାନରେ କଂଗ୍ରେସ ଚରଣଜିତ ସିଂ ଚାନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛି। ଚାନ୍ନି, ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଦ୍ଧୁଙ୍କ ସହ ଅମରିନ୍ଦରଙ୍କ ବିରୋଧରେ ଗଣମାଧ୍ୟମରେ ମଧ୍ୟ ମନ୍ତବ୍ୟ ରଥିଥିଲେ।

Advertisment

ଏହାପୂର୍ବରୁ ଅମରିନ୍ଦର କହିଥିଲେ ଯେ ସେ ବିଧାନସଭା ନିର୍ବାଚନରେ ​​ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ପରବର୍ତ୍ତୀ ସିଏମ୍ କିମ୍ବା ଦଳର ମୁଖ ରୂପେ ଗ୍ରହଣ କରିବେ ନାହିଁ। ଅମରିନ୍ଦର ସିଂଙ୍କ ବିରୋଧ ପରେ ବି ସିଦ୍ଧୁଙ୍କୁ ଚଳିତ ବର୍ଷ ଆରମ୍ଭରେ ରାଜ୍ୟ କଂଗ୍ରେସ ସଭାପତି କରାଯାଇଥିଲା। ତେବେ ସିଦ୍ଧୁ ସଭାପତି ହେବା ଦିନରୁ ହିଁ ଦଳରେ କନ୍ଦଳ ସୃଷ୍ଟି ହୋଇଥିଲା ଯାହା ଏବେ ଉଗ୍ର ରୂପ ଧାର କରିବାରେ ଲାଗିଛି।

Advertisment

ଏପଟେ, ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ପଦରେ ରହିବାର ୭୨ ଦିନ ପରେ ଇସ୍ତଫା ଦେଲେ ସିଦ୍ଧୁ। ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ସିଦ୍ଧୁ। ପଞ୍ଜାବର ଭବିଷ୍ୟତକୁ ନେଇ କୌଣସି ସାଲିସ କରିବିନି କହିବା ସହ କଂଗ୍ରେସ ଦଳ ପାଇଁ ସେବା ଜାରି ରଖିବି ବୋଲି କହିଲେ ସିଦ୍ଧୁ।

Politics Captain Amarinder Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ