Advertisment

ଦେଶରେ ସମ୍ପୂର୍ଣ୍ଣ ବ୍ୟାନ୍‌ ନୁହେଁ ଗଞ୍ଜେଇ, ଜାଣନ୍ତୁ ଏହାର ଉପକାରିତା

ଗଞ୍ଜେଇକୁ ନେଇ ଧରପଗଡ଼ ଚାଲୁଥିବା ବେଳେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କ ଆଗାରେ ବଡ଼ ବୟାନ ରଖିଛନ୍ତି । ଦେଶରେ କେବେ ହେଲେ ଗଞ୍ଜେଇକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇ ନାହିଁ ବୋଲ କହିଛନ୍ତି ସରକାର ।

Cannabis

Cannabis

Advertisment

ନୂଆଦିଲ୍ଲୀ:  ଭାଙ୍ଗ ବା ଗଞ୍ଜେଇ ଖାଲି ନିଶା ନୁହେଁ, ଔଷଧ ସାଙ୍ଗକୁ ଖାଦ୍ୟ ବି । ଏକଥା ଆମେ କହୁନୁ, ନିକଟରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ-FSSAI, ଏକ ନିର୍ଦ୍ଦିଷ୍ଟ ମାନର ଗଞ୍ଜେଇ ମଞ୍ଜି ଓ ଏଥିରୁ ଉତ୍ପାଦିତ ସାମଗ୍ରୀକୁ ଖାଦ୍ୟର ମାନ୍ୟତା ଦେଇଛି ।

Advertisment

ଅନ୍ୟପଟେ ଗଞ୍ଜେଇକୁ ନେଇ ଧରପଗଡ଼ ଚାଲୁଥିବା ବେଳେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କ ଆଗାରେ ବଡ଼ ବୟାନ ରଖିଛନ୍ତି । ଦେଶରେ କେବେ ହେଲେ ଗଞ୍ଜେଇକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇ ନାହିଁ ବୋଲ କହିଛନ୍ତି ସରକାର । ଆଇନ ଅନୁସାରେ ଏହାର ମେଡିକାଲ ଓ ବିଜ୍ଞାନ ଭିତ୍ତିକ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ସରକାର କୋର୍ଟଙ୍କୁ ଅବଗତ କରାଇଛନ୍ତି ।

ଗଞ୍ଜେଇର ବ୍ୟବହାରକୁ ବିଭିନ୍ନ ପ୍ରସଙ୍ଗରେ ଆଇନଗତ ମାନ୍ୟତା ଦେବାକୁ ଗୋଟିଏ ଆବେଦନ ଦିଲ୍ଲୀ ହାଇକୋର୍ଟରେ କରାଯାଇଥିଲା। ଏହାର ଶୁଣାଣି ବେଳେ କେନ୍ଦ୍ର ସରକାର ଏପରି କହିଛନ୍ତି। ଗ୍ରେଟ ଲିଗାଲାଇଜେସନ ମୁଭମେଣ୍ଟ ଇଣ୍ଡିଆ ଟ୍ରଷ୍ଟ ପକ୍ଷରୁ ଗଞ୍ଜେଇ କୋଭିଡ ୧୯ ବିରୋଧରେ ଫଳପ୍ରଦ ବୋଲି କୁହାଯାଇ ଆବେଦନ କରାଯାଇଥିଲା।

Advertisment

ଏହାର ତ୍ୱରିତ ଶୁଣାଣି କରିବାକୁ ମଧ୍ୟ ନିବେଦନ କରାଯାଇଥିଲା। ହେଲେ ଜଷ୍ଟିସ ରାଜୀବ ଏସ୍‌ଙ୍କ ଖଣ୍ଡପୀଠ ଶୀଘ୍ର ଶୁଣାଣି ଆବେଦନକୁ ଅନୁମତି ଦେଇନାହାନ୍ତି। ଖଣ୍ଡପୀଠରେ ଜଷ୍ଟିସ ତଲୱାନ୍ତ ସିଂହ ମଧ୍ୟ ରହିଥିଲେ। ସେମାନେ କହିଛନ୍ତି, “ପରିବ୍ୟାପ୍ତ ଅବସ୍ଥାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଆବେଦନକୁ ଗ୍ରହଣ କରାଯାଇ ପାରିବନି। ଯାହା ସମ୍ଭବ ହୋଇପାରିବ, ତାହା ଆମେ କରିବାକୁ ଚେଷ୍ଟା କରୁଛୁ।” ଆବେଦନର ପରବର୍ତ୍ତୀ ଶୁଣାଣି ଏବେ ମାର୍ଚ୍ଚ ମାସରେ ହେବ।

ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ ବା ଏଫ୍ଏସ୍ଏସ୍ଏଆଇ ଦ୍ୱାରା ଗତ ନଭେମ୍ବର ୧୫ରେ ଜାରି ହୋଇଛି ଗେଜେଟ୍ ନୋଟିଫିକେସନ୍ । ଯେଉଁଥିରେ ଗଞ୍ଜେଇ ବା କାନାବିସ୍ ସାତିବା ଗଛର ମଞ୍ଜି ଓ ମଞ୍ଜିରୁ ଉତ୍ପାଦିତ ସାମଗ୍ରୀକୁ ମିଳିଛି ଖାଦ୍ୟର ମାନ୍ୟତା । ହେଲେ ଏଥିପାଇଁ କେତେକ ମାନକ ର୍ନିଦ୍ଧାରଣ ହୋଇଛି । ଯେମିତିକି, ଯେଉଁ ଗଛରେ ଟିଏଚ୍‌ସି ଅର୍ଥାତ ଟେଟ୍ରାହାଇଡ୍ରୋକାନାବିନୋଲ ପରିମାଣ ୦.୩ରୁ କମ୍ ଥିବ, ତାକୁ ହିଁ ଖାଦ୍ୟ ଉପଯୋଗୀ କୁହାଯିବ । ହେମ୍ପ୍ ବା ଗଞ୍ଜେଇ ମଞ୍ଜିର ବାହାର ଅଂଶ, ଉତ୍ପାଦନକ୍ଷମ ନଥିବା ମଂଜି ଓ ଏହାର ଚୂର୍ଣ୍ଣକୁ ଅଟା ଭାବେ ବ୍ୟବହାର କରାଯାଇ ପାରିବ ବୋଲି ମଧ୍ୟ କୁହାଯାଇଛି ।

Advertisment
Cannabis Hemp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ