Advertisment

ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିଥିଲେ କାନାଡା ପ୍ରଧାନମନ୍ତ୍ରୀ, ହେଲେ ନିଜ ଦେଶକୁ ଆଉ ଫେରି ପାରିନାହାନ୍ତି...

ଜି-୨୦ ବୈଠକକୁ ଆସି ଆଉ ନିଜ ଦେଶକୁ ଫେରି ପାରିନାହାନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ। ବିମାନରେ ତ୍ରୁଟି ଦେଖା ଦେବାରୁ ସେ ଆଉ ଫେରି ପାରିନଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Canada PM Justin Trudeau still stuck in India after technical glitch in plane

Canada PM Justin Trudeau still stuck in India after technical glitch in plane

Advertisment

ଜି-୨୦ ସମ୍ମିଳନୀକୁ ଆସି ଆଉ ନିଜ ଦେଶକୁ ଫେରି ପାରିନାହାନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ। କାନାଡ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁଙ୍କ ବିମାନରେ ତ୍ରୁଟି ଦେଖା ଦେବାରୁ ସେ ଆଉ ଫେରି ପାରିନଥିବା ସୂଚନା ମିଳିଛି। ବିମାନରେ ଦେଖାଦେଇଥିବା ତ୍ରୁଟିର ସୁଧାର କରାଯାଇପାରିନାହିଁ।

Advertisment

ସୂଚନାଥାଉ କି, ଗତ ରବିବାର ଦିନ କାନାଡା ପ୍ରଧାନମନ୍ତ୍ରୀଙ୍କ ସହ ଆସିଥିବା ପ୍ରତିନିଧି ଦଳ ଫେରିବାର ଥିଲା। ତେବେ ଜି-୨୦ ବୈଠକ ସମ୍ପନ୍ନ ହେବାର ଦୁଇ ଦିନବିତିଥିଲେ ମଧ୍ୟ ବିମାନର ମରାମତି ହୋଇନାହିଁ। ଇଞ୍ଜିନିୟରିଂ ଟିମ୍ ବିମାନ ସଜାଡିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ଭାରତରେ ଅଟକି ରହିଛନ୍ତି।

ସେପଟେ କାନାଡାରୁ ଆଉ ଏକ ବିମାନ ଭାରତ ଅଭିମୁଖେ ଆସୁଥିବା ଜଣାପଡ଼ିଛି। ଯଦି ଏହି ବିମାନ ମରାମତି ସରିଯାଏ, ତା’ହେଲେ ଜଷ୍ଟିନ ଟ୍ରୁଡ୍ୟୁ ବିମାନରେ କାନାଡା ଫେରି ଯିବେ। ନଚେତ୍‌ କାନାଡାରୁ ଆସୁଥିବା ଅନ୍ୟ ଏକ ବିମାନରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ କାନାଡା ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।

Advertisment
G20 Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ