2000 Notes
କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍ । ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ସେପ୍ଟେମ୍ବର ୩୦ ଅର୍ଥାତ୍ ଆଜି ଦିନକ ପରେ ଆଉ ବଜାରରେ ଚଳିବ ନାହିଁ ୨ ହଜାରିଆ ନୋଟ୍ । ଯଦି ଆପଣଙ୍କ ପାଖରେ ୨ ହଜାରିଆ ଟଙ୍କିଆ ନୋଟ୍ ରହିଯାଇଛି ତେବେ ତୁରନ୍ତ ବ୍ୟାଙ୍କରେ ଏକ୍ସଚେଞ୍ଜ କରାଇ ନିଅନ୍ତୁ ନହେଲେ ସମସ୍ୟାର ସାମ୍ନା କରିପାରନ୍ତି ଆପଣ ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା । ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ ବି କରାଯାଇଥିଲା । ଆଇବିଆଇର ଏମିତି ନିଷ୍ପତ୍ତି ପରେ ଅନେକ ମାତ୍ରାରେ ୨ ହଜାରିଆ ନୋଟ୍ ବ୍ୟାଙ୍କରେ ଜମା କରିଥିଲେ ଲୋକେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ୩୧ ସୁଦ୍ଧା ୯୩ ପ୍ରତିଶତ ଫେରସ୍ତ ହୋଇସାରିଲାଣି । ହେଲେ ଏବେ ବି କିଛି ଟଙ୍କା ବଜାରରେ ଥିବା କୁହାଯାଉଛି ।
ନୋଟ୍ ବନ୍ଦୀ ପରେ ନଭେମ୍ବର ୨୦୧୬ରୁ ବଜାରକୁ ୨ ହଜାର ଟଙ୍କିଆ ନୋଟ୍ ଆସିଥିଲା। ଏହା ସହ ୧୦୦୦ ଓ ପୁରୁଣା ୫୦୦ ଟଙ୍କିଆ ନୋଟକୁ ବନ୍ଦ କରିଦିଆଯାଇଥିଲା । ତେବେ ୨୦୨୩ ସେପ୍ଟେମ୍ବର ୩୦ ପରେ ୨୦୦୦ ଟଙ୍କିଆ ନୋଟ୍ ମଧ୍ୟ ଆଉ ଚଳିବ ନାହିଁ ବୋଲି ଘୋଷଣା କରିଥିଲେ ଆରବିଆଇ। ଏହାକୁ ଏକ୍ସଚେଞ୍ଜ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ବୋଲି ମଧ୍ୟ ଆରବିଆଇ ଘୋଷଣା କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/2000_Notes_1696002033.jpg)