Advertisment

Delhi Assembly Elections: ମୋଦିଙ୍କ ଦମ୍ଭୋକ୍ତି; ବିଦା ହେବ ଆପ ; ଆସିବ ବିଜେପି

ଆଜି ଶେଷ ଦିନରେ ଜୋରଦାର ପ୍ରଚାର କରିବେ ସବୁ ଦଳ। ସକାଳୁ ସନ୍ଧ୍ୟା ଯାଏ ଜନସଭା, ରାଲି, ରୋଡ ଶୋ, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ପ୍ରଚାର ରାଜନୀତି ସରଗରମ ରହିବ।

ଅଦ୍ୟତନ ହୋଇଛି
Delhi Assembly Election

Delhi Assembly Election

Advertisment

ଦିଲ୍ଲୀ ଭୋଟକୁ ମଝିରେ ଆଉ ଗୋଟିଏ ଦିନ। ଆସନ୍ତା ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ ଆଜି ସରିବ ପ୍ରଚାର। କ୍ୟାମ୍ପେନର ଶେଷ ଦିନରେ କମ୍ପିବ ଦିଲ୍ଲୀ। ସବୁ ରାଜନୈତିକ ଦଳ ଦିନରାତି ଏକ୍ କରି ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି।

Advertisment

ଗତକାଲି ଆର.କେ ପୁରମରେ ପ୍ରଚାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପକୁ ଟାର୍ଗେଟ କରିଛନ୍ତି।  ମୋଦି କହିଛନ୍ତି, ଦିଲ୍ଲୀ ପରିବର୍ତ୍ତନ ପାଇଁ ପାଗ ବଦଳୁଛି। ଦିଲ୍ଲୀରେ ବିକାଶ ପାଇଁ ନୂଆ ବସନ୍ତ ଆସିବ। ଦିଲ୍ଲୀରେ ଆପ୍ ସରକାର ବିଦା ହେବା,  ବିଜେପି ସରକାର ଆସିବ ବୋଲି ମୋଦି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ଥିବାରୁ ଜୋରଦାର ପ୍ରଚାର କରିବେ ସବୁ ଦଳ। ସକାଳୁ ସନ୍ଧ୍ୟା ଯାଏ ଜନସଭା, ରାଲି, ରୋଡ ଶୋ’, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ପ୍ରଚାର ରାଜନୀତି ସରଗରମ ରହିବ। ଜନତାଙ୍କ ମନ ଜିଣିବାକୁ ବିଜେପି, କଂଗ୍ରେସ, ଆମ ଆଦାମୀ ପାର୍ଟି ସମେତ ସବୁ ରାଜନୈତିକ ଦଳ ନିଜର ସମସ୍ତ ଶକ୍ତି ଲଗାଇବେ।

Advertisment

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଦଳର ଷ୍ଟାର ପ୍ରଚାରକ ଓ ହେଭିୱେଟ ନେତା। ଦିଲ୍ଲୀର ୭୦ ବିଧାନସଭା ଆସନରେ ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୬୯୯ ଜଣ ପ୍ରାର୍ଥୀ ।

୫ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଆରମ୍ଭ ହୋଇଯାଇଛି ପୋଷ୍ଟାଲ ଭୋଟ। ଭୋଟ ପାଇଁ ଦିଲ୍ଲୀରେ ମୋଟ ୧୩ ହଜାର ୭୬୬ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୭୦ଟି ପୋଲିଂ ସେଣ୍ଟର କେବଳ ମହିଳାଙ୍କ ପାଇଁ, ୭୦ଟି ମତଦାନ କେନ୍ଦ୍ର ଦିବ୍ୟାଙ୍ଗଙ୍କ ପାଇଁ ରହିବ।

Advertisment

ଏହାଛଡ଼ା ମତଦାନରେ ଯୁବ ଭୋଟରଙ୍କ ସହଭାଗିତା ବଢାଇବା ପାଇଁ ୭୦ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ନିର୍ବାଚନ ପ୍ରକ୍ରିୟା ସୂଚାରୁ ରୁପେ ସଂପନ୍ନ କରାଇବା ପାଇଁ ୧ ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ହେବେ। ସେହିପରି ଆଇନଶୃଙ୍ଖଳା ସମ୍ଭାଳିବାକୁ ନିୟୋଜିତ ହେବେ ୩୫ ହଜାର ଯବାନ, ୧୯ ହଜାର ହୋମଗାର୍ଡ ଓ ୨୨୦ କେନ୍ଦ୍ରୀୟ ସୁରକ୍ଷା ବଳ କମ୍ପାନୀ ।

ଅଧିକ ପଢ଼ନ୍ତୁ: ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ୍; ତାରିଖ ଘୋଷଣା ପରେ ରାଜଧାନୀ ରାଜନୀତି ସରଗରମ...

BJP Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ