କେନ୍ଦ୍ର ମନ୍ତ୍ରୀମଣ୍ଡଳ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ କମିଟି ଗୁଡ଼ିକ ମଧ୍ୟ ଗଠନ କରିସାରିଛନ୍ତି । କ୍ୟାବିନେଟର ନୂତନ କମିଟିରେ ଏନଡିଏ ସହଯୋଗୀ ଟିଡିପି, ଜେଡିୟୁ ଏବଂ ଜେଡିଏସ ସମେତ ଅନେକ ଦଳର ମନ୍ତ୍ରୀ ସ୍ଥାନ ପାଇଛନ୍ତି ।
Also Read
କ୍ୟାବିନେଟର ନିଯୁକ୍ତି କମିଟିରେ କେବଳ ଦୁଇ ଜଣ ସଦସ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ସାମିଲ ଅଛନ୍ତି । ଅମିତ ଶାହାଙ୍କୁ ସମସ୍ତ କ୍ୟାବିନେଟ କମିଟିରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ମଧ୍ୟ ଅନେକ କମିଟିରେ ସାମିଲ କରାଯାଇଛି।
ଅଧିକ ପଢ଼ନ୍ତୁ: ଜଣାପଡ଼ିଲା ହାଥରସ ଦଳାଚକଟାର କାରଣ; ‘ପାଦ ଧୂଳି’ ପାଇଁ ଚାଲିଗଲା ୧୨୧ ଜୀବନ !
ରାଜନାଥ ସିଂଙ୍କ ସହ ଅମିତ ଶାହା, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟାପାର କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି । ରାଜନନୈ ତିକ ବ୍ୟାପାର କମିଟିରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ର ଜିତନରାମ ମଞ୍ଜୀ, ଟିଡିପିର ରାମମୋହନ ନାଇଡୁ ଏବଂ ବିଜେପିର ଅନ୍ନପୂର୍ଣ୍ଣା ଦେବୀ ସଦସ୍ୟ ହୋଇଛନ୍ତି ।
ଏବେ ଆସନ୍ତୁ ନଜର ପକାଇବା କିଏ କେଉଁ କମିଟିରେ ସ୍ଥାନ ପାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହାକୁ କେଉଁ ସ୍ଥାନରେ ଗୁରୁତ୍ୱ ଦେଇଛନ୍ତି ।