Advertisment

BSNL ପାଇଁ ରିଭାଇଭାଲ ପ୍ୟାକେଜ୍

କମ୍ପାନୀ ଏହାର ସେବା ଓ ଭିତ୍ତିଭୂମିକୁ ସଂପ୍ରସାରଣ କରିପାରିବ।

BSNL ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ଖୁବ୍‌ଶୀଘ୍ର ପାଇବେ 4G ସେବା

bsnl

Advertisment

ଦେଶର ସର୍ବ ପୁରାତନ ଟେଲିକମ୍ କଂପାନୀ ବିଏସ୍ଏନ୍ଏଲର ପୂର୍ବ ଗୌରବ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମ। ଯୋଗାଯୋଗ କ୍ଷେତ୍ରରେ ସେବା ଦେଉଥିବା ଦେଶରେ ଏହି ପୁରୁଣା ରାଷ୍ଟ୍ରାୟତ୍ତ କମ୍ପାନୀର ପୁନରୁତ୍ଥାନ ଲାଗି ୧ଲକ୍ଷ ୬୪ ହଜାର କୋଟିର ରିଭାଇଭାଲ୍ ପ୍ୟାକେଜ୍ ପ୍ରସ୍ତାବକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ଏ ନେଇ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଟେଲିକମ୍ ମନ୍ତ୍ରୀ କହିଛନ୍ତି, କମ୍ପାନୀ ପାଇଁ ଘୋଷଣା ହୋଇଥିବା ଏହି ପ୍ୟାକେଜ୍ ଅର୍ଥରେ ବିଏସଏନଏଲ ସେବାର ମାନ ବୃଦ୍ଧି, ଆର୍ଥିକ ଦୁରାବସ୍ଥା ସୁଧୁରିବା ଓ ଫାଇବର ସେବାର ସଂପ୍ରସାରଣ ଲାଗି ଖର୍ଚ୍ଚ କରିବ।

Advertisment

ସେହିଭଳି କ୍ଷତିରେ ଚାଲୁଥିବା BSNL ସହ ଭାରତ ବ୍ରଡବ୍ୟାଣ୍ଡ୍ ନେଟଓ୍ୱର୍କ ଲିମିଟେଡ୍ ବା BBNL ମଧ୍ୟରେ ମିଶ୍ରଣ ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ସେପଟେ ଦେଶରେ ଫୋରଜି ଓ ଫାଇଭ୍ ଜି ସେବା ଲାଗି ବିଏସଏନଏଲକୁ ଆଡମିନିଷ୍ଟ୍ରେଟିଭ୍ ଆଲୋକେସନ ମିଳିବାକୁ ନିଷ୍ପତ୍ତି ହୋଇଛି।

ଫଳରେ କମ୍ପାନୀ ଏହାର ସେବା ଓ ଭିତ୍ତିଭୂମିକୁ ସଂପ୍ରସାରଣ କରିପାରିବ। ତେଣେ ଦେଶରେ ଖୁବଶୀଘ୍ର ୫ଜି ସେବା ଉପଲବଧ ଲାଗି ୫ଜି ସ୍ପେକ୍ଟ୍ରମ ନିଲାମୀ ପ୍ରକ୍ରିୟା ଆଜି ବି ଜାରି ରହିଥିବା ବେଳେ ଏହା ଆସନ୍ତାକାଲି ମଧ୍ୟ ଚାଲିବ ନବମ ପଯର୍ୟାୟ ସୁଦ୍ଧା ସ୍ପ୍ରେମ୍ ନିଲାମ ୧ ଲକ୍ଷ ୪୯ ହଜାର ୪୫୪ କୋଟିରେ ପହଞ୍ଚିଥିବା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି...

Advertisment
BSNL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ