Advertisment

ବଢ଼ିଲା ଝିଅଙ୍କ ବିବାହ ବୟସ ସୀମା ! ଜାଣନ୍ତୁ, କେଉଁ ବୟସରେ ବାହା ହେବେ...

ଝିଅଙ୍କ ବିବାହ ପାଇଁ ବୟସ ସୀମାକୁ ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ଦେଶରେ ଝିଅଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା

ଅଦ୍ୟତନ ହୋଇଛି
Marriage

Marriage

Advertisment

ନୂଆଦିଲ୍ଲୀ: ଝିଅଙ୍କ ବିବାହ ପାଇଁ ବୟସ ସୀମାକୁ ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ଦେଶରେ ଝିଅଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏଥିପାଇଁ ସରକାର ପ୍ରଚଳିତ ଆଇନ୍‌ ବ୍ୟବସ୍ଥାରେ ସଂଶୋଧନ ଆଣିପାରନ୍ତି।  

Advertisment

ସୂଚନାଥାଉ କି, ଗତବର୍ଷ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ ବେଳେ କହିଥିଲେ, ଏବେ ବାହାଘର ପାଇଁ ପୁଅଙ୍କ ବୟସ ସୀମା ୨୧ବର୍ଷ ହୋଇଥିବା ବେଳେ ଝିଅଙ୍କ ପାଇଁ ୧୮ ବର୍ଷ ରହିଛି। ଦେଖାଯାଉଛି, ଝିଅଙ୍କ ସର୍ବନିମ୍ନ ବାହା ହେବା ବୟସ ସୀମା ୧୮ ବର୍ଷ ହୋଇଥିବା ସତ୍ତ୍ୱେ ଅନେକ ସମୟରେ ନାବାଳିକା ବିବାହର ଖବର ଆସୁଛି। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ପ୍ରଚେଷ୍ଟା ସତ୍ତ୍ୱେ ସମାଧାନ ହୋଇପାରୁନାହିଁ। 

ଶିଶୁ ବିବାହ ନିଷେଧାଦେଶ, ସ୍ୱତନ୍ତ୍ର ବିବାହ ଆଇନ୍‌ ଓ ହିନ୍ଦୁ ବିବାହ ଆଇନ୍‌ରେ ସରକାର ସଂଶୋଧନ ଆଣିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନରେ କହିଥିଲେ। ନୀତି ଆୟୋଗରେ ଜୟା ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କ ଫୋର୍ସରେ ଏନେଇ ପ୍ରସ୍ତାବ ଦିଆଯାଇଥିଲା। ଗତବର୍ଷ ଜୁନ୍‌ରେ ଏହି ଟାସ୍କ ଫୋର୍ସ ଗଠନ କରାଯାଇଥିଲା ଓ ଗତବର୍ଷ ଡିସେମ୍ବରରେ ହିଁ ରିପୋର୍ଟ ପ୍ରଦାନ କରାଯାଇଥିଲା। 

Advertisment

୧୮ ବର୍ଷ ବୟସ ସତ୍ତ୍ୱେ ଅନେକ କ୍ଷେତ୍ରରେ ଝିଅମାନେ ବାହା ହେବା ପରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଭୟ ମାନସିକ ଓ ଶାରୀରିକ ସ୍ତରରେ ସେମାନେ ପରିପକ୍ୱ ନ ଥିବା ଜଣାପଡୁଛି। ତେଣୁ କେନ୍ଦ୍ର ସରକାର ଝିଅଙ୍କ ବାହା ହେବାର ସର୍ବନିମ୍ନ ବୟସ ସୀମା ୨୧ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। 

Marriage Marriage Age Of Woman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ