Advertisment

ଚାଷୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ରବି ଫସଲ ପାଇଁ MSP ବଢ଼ାଇଲେ କେନ୍ଦ୍ର ସରକାର

ବଢିଲା ବିଭିନ୍ନ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ। ମୋଟ ୬ଟି ରବି ଫସଲ ଉପରେ ଏମଏସପି ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର।

ଅଦ୍ୟତନ ହୋଇଛି
 MSP Hike

MSP Hike

Advertisment

କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ବଢିଲା ବିଭିନ୍ନ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ। ମୋଟ ୬ଟି ରବି ଫସଲ ଉପରେ ଏମଏସପି ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର। ଗହମରେ ୧୫୦ ଟଙ୍କା MSP ବୃଦ୍ଧି, ବାଜରାରେ ୧୩୦ ଟଙ୍କା ବୃଦ୍ଧି ହୋଇଛି । 

Advertisment

ସେହିପରି ଚଣାଡାଲି ୨୧୦ଟଙ୍କା , ମସୁର ଡାଲି ୨୭୫ ଏବଂ ସୋରିଷର ମୂଲ୍ୟ ୩ଶହ ଟଙ୍କା ବୃଦ୍ଧି ପାଇଛି । ଗହମ ଦର ୨୨୭୫ଥିବା ବେଳେ, ଏବେ ୧୫୦ ଟଙ୍କା ବଢି ୨୪୨୫କୁ ପହଞ୍ଚିଛି । ସେହିପରି ବାଜରାର ମୂଲ୍ୟ ୫ହଜାର ୪୪୦ରୁ ବଢି ୫୬୫୦ ହୋଇଛି। ମସୁର ଡାଲି ୬୭୦୦ ଏବଂ ସୋରିଷର ସର୍ବ ନିମ୍ନ ସହାୟକ ମୂଲ୍ୟ ୫୯୫୦ରେ ପହଞ୍ଚିଛି ।

ଚାଷୀଙ୍କ ଆୟବୃଦ୍ଧି ଓ ରବି ଋତୁରେ ଫସଲ ଉତ୍ପାଦନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଚାଷୀମାନେ ନିଜ ଉତ୍ପାଦ ଉପରେ ଯେମିତି ଉପଯୁକ୍ତ ଦାମ ପାଇ ପାରିବେ, ତା’କୁ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଥିବା କହିଛନ୍ତି। 

Advertisment

ଦେଶର ବିଭିନ୍ନ ପ୍ରାନ୍ତରେ ଚାଷୀମାନେ ରବି ଋତୁରେ ଗହମ ଉତ୍ପାଦନ କରୁଛନ୍ତି। ତେଣୁ ଏହା ସେମାନଙ୍କୁ ବେଶ ଫାଇଦା ଦେବ। ବିଶେଷ କରି ଉତ୍ତର ଭାରତରେ ଅଧିକାଂଶ ଚାଷୀ ଗହମ ଚାଷ କରିଥାଆନ୍ତି। ଏହାଦ୍ବାରା ତାଙ୍କୁ ଅଧିକ ଲାଭ ମିଳିବ । 

MSP Cabinet Rabi Crops
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ