Advertisment

ଦୀପାବଳି ଭେଟି...ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ୩% DA

କେନ୍ଦ୍ର କର୍ମଚାରୀଙ୍କ DA ବଢ଼ାଇଲେ ସରକାର । ଡିଏ ୩% ବଢ଼ିବା ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

ଅଦ୍ୟତନ ହୋଇଛି
DA hike

DA hike

Advertisment

କର୍ମଚାରୀଙ୍କ ପାଇଁ ଖୁସି ଖବର । ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ବଢ଼ିଲା DA । କେନ୍ଦ୍ର କର୍ମଚାରୀଙ୍କ DA ବଢ଼ାଇଲେ ସରକାର । ଡିଏ ୩% ବଢ଼ିବା ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ସରକାରୀ କର୍ମଚାରୀଙ୍କ ସହ ପେନ୍‌ସନ୍‌ ଭୋଗୀ ମଧ୍ୟ ଉପକୃତ ହେବେ ।

Advertisment

ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । ଏହି ବୃଦ୍ଧି ସହ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ୫୩%କୁ ବୃଦ୍ଧି ହୋଇଛି। କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ କର୍ମଚାରୀ ଏହି ସୁବିଧା ପାଇବେ।

Advertisment

ଏହାର ଅର୍ଥ ଅକ୍ଟୋବର ମାସର ଦରମା DA ସହ ମିଳିବ। ଏହା ସହ ତିନି ମାସର ବକେୟା ଭତ୍ତା ମଧ୍ୟ ମିଳିବ। ଏହି ଘୋଷଣା ପରେ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ଉପକୃତ ହେବେ। ସେମାନଙ୍କର ମଧ୍ୟ DA ବୃଦ୍ଧି କରାଯାଇଛି।  

କେମିତି ହୁଏ DA ହିସାବ ?

ସର୍ବଭାରତୀୟ ଗ୍ରାହକ ଦର ସୂଚକାଙ୍କ ଜରିଆରେ DAର ହିସାବ କରାଯାଏ। ଏହି ସୂଚକାଙ୍କ ଖୁଚରା ବଜାରର ମୂଲ୍ୟକୁ ଟ୍ରାକ କରି DA ବୃଦ୍ଧି ନେଇ ନିଷ୍ପତ୍ତି ନିଏ। DA ବର୍ଷକୁ ଦୁଇ ଥର ସଂଶୋଧିତ କରାଯାଏ। କର୍ମଚାରୀଙ୍କୁ ସେମାନଙ୍କ ଜୀବନ ଧାରଣ କ୍ଷମତାରେ ଆର୍ଥିକ ସହାୟତା ପାଇଁ DAର ବ୍ୟବସ୍ଥା କରାଯାଇଛି। 

Advertisment

Govt Employees DA Hike Cabinet Dearness Allowance 7th Pay Commission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ