Advertisment

ଟେଲିକମ୍ କ୍ଷେତ୍ରରେ ବଡ଼ ଧରଣର ଆର୍ଥିକ ସଂସ୍କାର : ୪ ବର୍ଷ ପାଇଁ ବକେୟା ଦେୟ ଛାଡ

ଅଟୋମୋବାଇଲ ଓ ଟେଲିକମ୍ କ୍ଷେତ୍ର ଲାଗି ବଡ଼ ଧରଣର ଆର୍ଥିକ ସଂସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦେଶରେ ଉତ୍ପାଦନ ବଢାଇବା ଲାଗି ଅଟୋମୋବାଇଲ କ୍ଷେତ୍ର ପାଇଁ ପ୍ରଡକସନ୍ ଲିଙ୍କଡ୍ ଇନ୍‌ସେନ୍‌ଟିଭ୍ ବା PLI ସ୍କିମ୍‌ ଘୋଷଣା କରାଯାଇଛି ।ଏଥିପାଇଁ ୨୬ ହଜାର ୫୮ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏଥିରୁ ଅଟୋମୋବାଇଲ କ୍ଷେତ୍ର ୨୫ହଜାର ୯୩୮ କୋଟି ପାଇବାକୁ ଥିବାବେଳେ ଡ୍ରୋନ୍‌ କ୍ଷେତ୍ର ୧୨୦ କୋଟି ଟଙ୍କା ପାଇବ।

Telecome

Telecome

Advertisment

ନୂଆଦିଲ୍ଲୀ : ଅଟୋମୋବାଇଲ ଓ ଟେଲିକମ୍ କ୍ଷେତ୍ର ଲାଗି ବଡ଼ ଧରଣର ଆର୍ଥିକ ସଂସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦେଶରେ ଉତ୍ପାଦନ ବଢାଇବା ଲାଗି ଅଟୋମୋବାଇଲ କ୍ଷେତ୍ର ପାଇଁ ପ୍ରଡକସନ୍ ଲିଙ୍କଡ୍ ଇନ୍‌ସେନ୍‌ଟିଭ୍ ବା PLI ସ୍କିମ୍‌ ଘୋଷଣା କରାଯାଇଛି । ଏଥିପାଇଁ ୨୬ ହଜାର ୫୮ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏଥିରୁ ଅଟୋମୋବାଇଲ କ୍ଷେତ୍ର ୨୫ହଜାର ୯୩୮ କୋଟି ପାଇବାକୁ ଥିବାବେଳେ ଡ୍ରୋନ୍‌ କ୍ଷେତ୍ର ୧୨୦ କୋଟି ଟଙ୍କା ପାଇବ। ଏହି ପ୍ରୋତ୍ସାହନ ରାଶି ଦ୍ୱାରା ଏହି ଦୁଇ କ୍ଷେତ୍ରରେ ଆଗାମୀ ୫ ବର୍ଷରେ ୪ଲକ୍ଷ ୭୫ ହଜାର କୋଟିର ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି ।

Advertisment

ଦେଶରେ ବିଦ୍ୟୁତ ଓ ହାଇଡ୍ରୋଜେନ ଚାଳିତ ଯାନର ଉତ୍ପାଦନ ଓ ବ୍ୟବହାରକୁ ଏହାଦ୍ୱାରା ପ୍ରୋତ୍ସାହନ ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ସେହିପରି ଟେଲିକମ୍ କ୍ଷେତ୍ରରେ ୯ଟି ଢାଞ୍ଚାଗତ ଓ ୫ଟି ବ୍ୟବସ୍ଥା ଗତ ସଂସ୍କାର ଅଣାଯାଇଥିବା ସୂଚନା ଦେଇଛନ୍ତି ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହା ଟେଲିକମ୍ କ୍ଷେତ୍ରର କଳେବରକୁ ସଂପୂର୍ଣ୍ଣ ବଦଳାଇ ଦେବ ବୋଲି ସେ କହିଛନ୍ତି। ଟେଲିକମ୍ କ୍ଷେତ୍ରରେ ଶତ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଥିବା ବୈଷ୍ଣବ ସୂଚନା ଦେଇଛନ୍ତି । ଯେଉଁ ଗ୍ରାହକମାନେ ଡିଜିଟାଲ୍ ଫର୍ମାଟ୍‌ରେ ସିମ୍ କିଣୁଛନ୍ତି, ସେମାନଙ୍କର ସେହିସ୍ଥାନରେ ହିଁ ଭେରିଫିକେଶନ ହେବ। ସ୍ପେକ୍‌ଟ୍ରମର ନିଲାମ ପ୍ରତି ଆର୍ଥିକ ବର୍ଷର ଶେଷ କ୍ୱାର୍ଟର୍‌ରେ ହେବ। ସ୍ପେକ୍‌ଟ୍ରମ ନିଲାମ ଅବଧିକୁ ୨୦ରୁ ୩୦ ବର୍ଷକୁ ବୃଦ୍ଧି କରାଯାଇଛି। ୧୦ ବର୍ଷ ପରେ ଯେକୌଣସି କମ୍ପାନୀ ଏହାକୁ ସରେଣ୍ଡର କରିପାରିବେ। ସେମାନେ ସେରଣ୍ଡର ଚାର୍ଜ ସହ ଏପରି ସୁବିଧା ପାଇପାରିବେ। ମାଗଣା ସ୍ପେକ୍‌ଟ୍ରମ ଶେୟାରିଂକୁ ମଧ୍ୟ କ୍ୟାବିନେଟ ଅନୁମତି ଦେଇଛି।

Advertisment

ସେହିପରି ଆଡ୍‌ଜଷ୍ଟେଡ୍ ଗ୍ରସ୍‌ ରେଭେନ୍ୟୁ ଅର୍ଥାତ୍ AGR ସଂଜ୍ଞାରେ ସଂଶୋଧନ କରାଯାଇଛି। ଏଣିକି ସମସ୍ତ ଅଣ ଟେଲିକମ୍ ଟିକସକୁ AGRରୁ କାଢି ନିଆଯିବ ଏବଂ ଟେଲିକମ୍ କଂପାନୀଙ୍କ ଉପରେ ବାକି ଥିବା ଦେୟ ୪ ବର୍ଷ ଲାଗି ଆଦାୟ କରାଯିବ ନାହିଁ। କିନ୍ତୁ ଅପରେଟରମାନଙ୍କୁ ବକେୟା ଅର୍ଥ ଉପରେ ସୁଧ ଦେବାକୁ ପଡ଼ିବ। କ୍ୟାବିନେଟ ଏଜିଆର ପରିଭାଷାକୁ ଅଧିକ ସରଳୀକରଣ କରି ଜରିମାନା ନିୟମକୁ ଶେଷ କରିଛି ବୋଲି ବୈଷ୍ଣବ କହିଛନ୍ତି। ଏହାପୂର୍ବରୁ ସୁପ୍ରିମକୋର୍ଟ ୧୦ ବର୍ଷ ମଧ୍ୟରେ ବକେୟା ଏଜିଆର ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟେଲିକମ୍ କଂପାନୀଙ୍କ ହାତରେ ଅଧିକ ଅର୍ଥ ଦେବା ଲାଗି ଏହି ବ୍ୟବସ୍ଥା ହୋଇଛି।

New Delhi Telicome
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ