CP Radhakrishnan
ସିପି ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସିପି ରାଧାକ୍ରିଷ୍ଣନ । INDIA ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ସେ ନିର୍ବାଚିତ ହୋଇଛନ୍ତି । ସେ ୪୫୨ ପ୍ରଥମ ପସନ୍ଦ ଭୋଟ୍ ପାଇଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ ତଥା ଇଣ୍ଡିଆ ବ୍ଲକ ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କୁ ମିଳିଛି ୩୦୦ ପ୍ରଥମ ପସନ୍ଦ ଭୋଟ୍ । ମୋଟ୍ ୯୮.୨ ପ୍ରତିଶତ ମତଦାନ ହୋଇଥିଲା । ଏହି ସୂଚନା ଦେଇଛନ୍ତି ରାଜ୍ୟସଭା ମହାସଚିବ ତଥା ରିଟର୍ଣ୍ଣିଂ ଅଫିସର ।
ସିପି ରାଧାକ୍ରିଷ୍ଣନ ୨୦୨୪ ଜୁଲାଇରୁ ମହାରାଷ୍ଟ୍ର ରାଜ୍ୟପାଳ ଥିବା ବେଳେ, ଏହା ପୂର୍ବରୁ ୨୦୨୩ ଫେବ୍ରୁଆରୀରୁ ଝାଡ଼ଖଣ୍ଡର ରାଜ୍ୟପାଳ ବି ରହିଥିଲେ। ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ଏବଂ ପୁଡୁଚେରୀ ଉପରାଜ୍ୟପାଳ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ବ ସମ୍ଭାଳିଥିଲେ ୬୭ ବର୍ଷୀୟ ସି.ପି. ରାଧାକ୍ରିଷ୍ଣନ୍। ରାଜନୈତିକ କ୍ୟାରିୟର କଥା ଦେଖିଲେ, ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁ ତିରୁପୁରରେ ଜନ୍ମଗ୍ରହଣ କରିଥିବା ରାଧାକ୍ରିଷ୍ଣନ୍, ୧୯୯୮ରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ କୋଏମ୍ବାଟୁରରୁ ୨ ଥର ସାଂସଦ ହୋଇଥିଲେ। ୨୦୦୩ରୁ ୨୦୦୬ ଯାଏଁ ସେ ତାମିଲନାଡୁ ବିଜେପି ସଭାପତି ଥିଲେ। ୧୬ ବର୍ଷ ବୟସରୁ RSS ଓ ଜନସଂଘ ସହ ଜଡ଼ିତ ଥିଲେ ସି.ପି. ରାଧାକ୍ରିଷ୍ଣନ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757430241.jpg)