Advertisment

‘୨୦୪୭ ସୁଦ୍ଧା ଆମକୁ ଗରିବ ମୁକ୍ତ ଭାରତ ଗଢ଼ିବାର ଅଛି’

ଆଜିଠୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମିଳିତ ସଦନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି।

ଅଦ୍ୟତନ ହୋଇଛି
We Need To Build Aatmanirbhar Bharat By 2047: President Droupadi Murmu

By 2047, we have to build a nation that will be poverty free says president

Advertisment

ଆଜିଠୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମିଳିତ ସଦନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ୨୦୪୭ ସୁଦ୍ଧା ଆମକୁ ଏକ ସ୍ୱର୍ଣ୍ଣିମ ଭାରତ ବନାଇବାର ଅଛି। ଏକ ଆତ୍ମନିର୍ଭର, ସମୃଦ୍ଧ ଭାରତ ବନାଇବାର ଅଛି। ୨୦୪୭ ସୁଦ୍ଧା ଗରିବ ନଥିବା ଭାରତ ଗଢ଼ିବାର ଅଛି। ଏଥିପାଇଁ ଆଜାଦୀର ଏ ଅମୃତ କାଳଖଣ୍ଡ ମହତ୍ତ୍ୱପୂର୍ଣ୍ଣ ହୋଇଛି।

Advertisment

ମିଳିତ ସଦନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

  • ବିକାଶରେ ଚାଲୁଥିବା ମୋ ସରକାରକୁ ୯ ବର୍ଷ ପୂରିବାକୁ ଯାଉଛି
  • ଆଜି ପ୍ରତି ଭାରତୀୟଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚିଛି
  • ଏବେ ଭାରତ ପ୍ରତି ସାରା ବିଶ୍ୱର ନଜର ବଦଳିଛି। ଆଜି ଭାରତରେ ଏକ ସ୍ଥିର, ନିର୍ଣ୍ଣାୟକ ସରକାର ଚାଲିଛି।
  • ଆଜି ଭାରତରେ ଇମାନଦାରୀର ସମ୍ମାନ କରୁଥିବା ସରକାର ଅଛି
  • ଆଜି ଭାରତରେ ଅଦ୍ଭୁତପୂର୍ବ ସ୍ପିଡରେ କାମ କରୁଥିବା ଓ ପରମ୍ପରା ସହ ଆଧୁନିକତାକୁ ନେଇ ଚାଲୁଥିବା ସରକାର ଅଛି
  • ସର୍ଜିକାଲ ଷ୍ଟ୍ରାଇକ ସହ ଆତଙ୍କୀଙ୍କୁ କଠୋର ପ୍ରହାର ହୋଇଛି
  • ୩ଶହରୁ ଅଧିକ ଯୋଜନାର ଟଙ୍କା ଲାଭାର୍ଥୀଙ୍କୁ ସିଧା ମିଳୁଛି
  • ଗରିବଙ୍କୁ ସଶକ୍ତ କରାଯିବା କାର୍ଯ୍ୟକ୍ରମ ଚାଲୁ ରହିଛି

  • ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ପାଇଁ ଆୟୁଷ୍ମାନ ଭାରତ ଆରମ୍ଭ ହୋଇଥିବା ବେଳେ ଦେଶର କୋଟି କୋଟି ଗରିବଙ୍କୁ ଆୟୁଷ୍ମାନ ଭାରତ ସହାୟତା ଦେଇଛି
  • ଆୟୁଷ୍ମାନ ଭାରତ ଦ୍ୱାରା ଗରିବଙ୍କ ୮୦ ହଜାର କୋଟି ରକ୍ଷା ପାଇଛି
  • ପ୍ରତି ଘରକୁ ପାଣି ପହଞ୍ଚାଇବାକୁ ଜଳଜୀବନ ମିଶନ ଆରମ୍ଭ ହୋଇଛି
  • ବିଗତ ବର୍ଷରେ  ୩.୫ କୋଟି ପରିବାରକୁ ପକ୍କା ଘର ମିଳିଛି
  • ଗରିବ ପରିବାରକୁ ମାଗଣା ପାଣି, ବିଜୁଳି ଦିଆଯାଉଛି। ଏହାଦ୍ୱାରା ସରକାର ଗରିବଙ୍କ ପାଖରେ ପହଞ୍ଚିଥିବା ପ୍ରତୀୟମାନ।
  • କରୋନା କାଳରେ ଗରିବଙ୍କ ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦିଆଯାଇଥିଲା।
  • ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩.୫ ଲକ୍ଷ କୋଟି ଖର୍ଚ୍ଚ ହୋଇଛି। ସାରା ବିଶ୍ୱରେ ଏବେ ଗରିବ କଲ୍ୟାଣ ଅନ୍ନ ଯୋଜନାର ପ୍ରଶଂସା କରାଯାଉଛି।
Advertisment
Budget Session Union Budget Session Droupadi Murmu President Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ