Advertisment

ବଡ଼ ଦୁର୍ଘଟଣା: ନଦୀକୁ ଖସିଲା ବସ୍‌, ୧୩ ଯାତ୍ରୀ ମୃତ

୫୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡ଼ିଛି। ଆଜି ସକାଳୁ ସକାଳୁ ମଧ୍ୟପ୍ରଦେଶରେ ଏହି ଅଘଟଣ ଘଟିଛି।

ଅଦ୍ୟତନ ହୋଇଛି
Bus Falls Into Narmada River In Madhya Pradesh

Bus Falls Into Narmada River In Madhya Pradesh

Advertisment

ନଦୀକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍‌। ୫୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡ଼ିଛି। ଆଜି ସକାଳୁ ସକାଳୁ ମଧ୍ୟପ୍ରଦେଶରେ ଏହି ଅଘଟଣ ଘଟିଛି। ଖରଗୋନ୍‌ ଓ ଧାର ଜିଲ୍ଲା ସୀମା ଖାଲଘାଟ ନିକଟ ନର୍ମଦା ନଦୀରେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ବେଳେ ଯାତ୍ରୀବାହୀ ବସ୍‌ଟି ନଦୀକୁ ଖସି ପଡ଼ିଥିଲା। ଖବରପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଖବର ଲେଖାଯିବା ସୁଦ୍ଧା ବର୍ତ୍ତମାନ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ୧୨ରୁ ଅଧିକ ଯାତ୍ରୀ ପାଣି ଭିତରୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି।

ପୋଲ ବାଡ଼ ଭାଙ୍ଗି ବସ୍‌ଟି ନଦୀକୁ ଖସି ପଡ଼ିଥିଲା ବୋଲି ଉଦ୍ଧାର ହୋଇଥିବା ଯାତ୍ରୀ କହିଛନ୍ତି। 

Advertisment

Bus Accident Bus Falls Into River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ