Advertisment

ଶଗଡ଼ରେ ଚଢ଼ି ତୈଳ ଦର ବୃଦ୍ଧି ପ୍ରତିବାଦରେ ଗର୍ଜନ ତର୍ଜନ କରୁଥିଲେ କଂଗ୍ରେସ କର୍ମୀ,ହଠାତ୍ ପ୍ରଚଣ୍ଡ ଶଦ୍ଦ . .

ମୁମ୍ବାଇ : ତୈଳ ଦର ବୃଦ୍ଧି ପ୍ରତିବାଦରେ ବିରୋଧ ପ୍ରଦର୍ଶନ ସମୟରେ ବଡ଼ ଅଘଟଣ । ମହାରାଷ୍ଟ୍ରରେ ଶଗଡ଼ ଗାଡ଼ିରେ ଚଢ଼ି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ ତର୍ଜନ କରୁଥିଲେ କଂଗ୍ରେସ କର୍ମୀ । ହେଲେ ହଠାତ୍ ଭାଙ୍ଗି ପଡ଼ିଥିଲା ଶଗଡ଼ ଗାଡ଼ି । ଫଳରେ ଏହି ଅଘଟଣା ଅନେକ କଂଗ୍ରେସ କର୍ମୀ ସାମାନ୍ୟ ଆହତ ହୋଇଛନ୍ତି । ଏବେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି ।

ଅଦ୍ୟତନ ହୋଇଛି
ଶଗଡ଼ରେ ଚଢ଼ି ତୈଳ ଦର ବୃଦ୍ଧି ପ୍ରତିବାଦରେ ଗର୍ଜନ ତର୍ଜନ କରୁଥିଲେ କଂଗ୍ରେସ କର୍ମୀ,ହଠାତ୍ ପ୍ରଚଣ୍ଡ ଶଦ୍ଦ . .

congress strike

Advertisment

ମୁମ୍ବାଇ : ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ବଡ଼ ଅଘଟଣ । ମହାରାଷ୍ଟ୍ରରେ ଶଗଡ଼ ଗାଡ଼ିରେ ଚଢ଼ି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ ତର୍ଜନ କରୁଥିଲେ କଂଗ୍ରେସ କର୍ମୀ । ହେଲେ ହଠାତ୍ ଭାଙ୍ଗି ପଡ଼ିଥିଲା ଶଗଡ଼ ଗାଡ଼ି । ଫଳରେ ଏହି ଅଘଟଣା ଅନେକ କଂଗ୍ରେସ କର୍ମୀ ସାମାନ୍ୟ ଆହତ ହୋଇଛନ୍ତି । ଏବେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି ।

Advertisment

ମହାରାଷ୍ଟ୍ରରେ ଆଜି ପେଟ୍ରୋଲିୟମ ପଦାର୍ଥର ମୂଲ୍ୟ ବୃଦ୍ଧି ବିରୋଧରେ ପ୍ରଦର୍ଶନ କରିବାକୁ କଂଗ୍ରେସ କର୍ମୀମାନେ ଏକ ଶଗଡ଼ ଗାଡ଼ିର ବ୍ୟବସ୍ଥା କରିଥିଲେ । ହେଲେ ବିକ୍ଷୋଭ ବେଳେ କ୍ଷମତା ଠାରୁ ଅଧିକ ସଂଖ୍ୟାରେ କର୍ମୀ ଶଗଡ଼ ଗାଡ଼ି ଉପରକୁ ଚଢ଼ି ଯାଇଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଶଗଡ଼ ଗାଡ଼ିରେ ଲାଗିଥିବା ପୁରୁଣା ପଟା କର୍ମୀଙ୍କ ଓଜନ ସହିପାରିଲା ନାହିଁ । ଫଳରେ ପ୍ରଚଣ୍ଡ ଶବ୍ଦ କରି ତଳେ ଦୁଲଦାଲ ଖସି ପଡ଼ିଲେ କଂଗ୍ରେସ କର୍ମୀ । ତେବେ ପ୍ରଚଣ୍ଡ ଶବ୍ଦରେ ଭୟଭୀତ ହୋଇ ହୋଇ ଯାଇଥିଲେ ଶଗଡ଼ ଗାଡ଼ିରେ ଯୋଚା ଯାଇଥିବା ବଳଦ । ସେଠାରେ ଉପସ୍ଥିତ ଥିବା ଲୋକେ ବଦଳଙ୍କୁ ସମ୍ଭାଳିବା ସହ ତଳେ ପଡ଼ି ଯାଇଥିଲେ କଂଗ୍ରେସ କର୍ମୀଙ୍କୁ ଉଠାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ ।

Advertisment

କରୋନା କାଳରେ ଲଗାତାର ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଯୋଗୁଁ ଚିନ୍ତାରେ ସାଧାରଣ ଜନତା । ମହାମାରୀ ସମୟରେ ପୋଡ଼ା ଘାରେ ଲୁଣ ସେକ ଦେବା ପରି ଲାଗୁଛି । ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ମୂଲ୍ୟ ୧୦୦ ଟପିଛି । ତେବେ ନିକଟ ଭବିଷ୍ୟତରେ ତୈଳ ଦର ହ୍ରାସ ପାଇବାର ସମ୍ଭାବନା ଦେଖାଯାଉ ନାହିଁ ।

Fuel Price Hike Congress Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ