Advertisment

ଜାଣନ୍ତୁ, ବଜେଟ୍‌ରେ କ’ଣ ସବୁ ନୂଆ ଘୋଷଣା ହୋଇଛି...

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ଜିନିଷ ମହଙ୍ଗା ହୋଇଛି। ଏହାସହ ବଜେଟ୍‌ରେ କିଛି ନୂଆ ମଧ୍ୟ ଘୋଷଣା ହୋଇଛି।

Budget 2022

Budget 2022

Advertisment

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ଜିନିଷ ମହଙ୍ଗା ହୋଇଛି। ଏହାସହ ବଜେଟ୍‌ରେ କିଛି ନୂଆ ମଧ୍ୟ ଘୋଷଣା ହୋଇଛି।

Advertisment
  • ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ 5G ସେବା ପାଇଁ ସ୍ପେକ୍ଟ୍ରମ୍ ନିଲାମ କରାଯିବ 
  • ୨୦୨୫ ସୁଦ୍ଧା ସବୁ ଗାଁରେ ଅପ୍ଟିକାଲ୍ ଫାଇବର ପହଞ୍ଚିବ  
  • ୨୦୨୨-୨୩ରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ କରେନ୍ସି ଆରମ୍ଭ ହେବ  
  • ଆସନ୍ତାବର୍ଷଠୁ ଇ-ପାସ୍‌ପୋର୍ଟରେ ଚିପ୍ ଓ ଅତ୍ୟାଧୁନିକ ଟେକ୍ନୋଲୋଜି ଯୋଡ଼ା ହେବ 
  • ଇଲେକ୍ଟ୍ରିକ୍ ଭେଇକିଲ୍ ବା ବିଦ୍ୟୁତ୍‌ ଚାଳିତ ଗାଡ଼ି ପାଇଁ ବ୍ୟାଟେରିଂ ସ୍ୱାପିଂ ପଲିସି ଆସିବ 
  • ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ। ଟିଭି ଜରିଆରେ ପାଠ ପଢ଼ିବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲା  
  • ଆଞ୍ଚଳିକ ଭାଷାରେ ପିଲାଙ୍କ ଅତିରିକ୍ତ ଶିକ୍ଷା ପାଇଁ ୨ଶହ ଚ୍ୟାନେଲ ହେବ 
  • ୪ଶହ ନୂଆ ବନ୍ଦେ ଭାରତ ଟ୍ରେନ୍ ଗଡ଼ିବ
  • ନ୍ୟାସନାଲ ମେଣ୍ଟାଲ ହେଲ୍‌ଥ ପ୍ରୋଗ୍ରାମ୍ ଆରମ୍ଭ ହେବ ଏବଂ ୨୩ଟି ମେଣ୍ଟାଲ ହେଲ୍‌ଥ ଇନଷ୍ଟିଚ୍ୟୁସନ ପ୍ରତିଷ୍ଠା ହେବ  
  • ମେଣ୍ଟାଲ୍ ହେଲ୍‌ଥ କାଉନସେଲିଂ ପାଇଁ ନ୍ୟାସନାଲ ମେଣ୍ଟାଲ୍ ହେଲ୍‌ଥ ପ୍ରୋଗ୍ରାମ ଆରମ୍ଭ ହେବ 
Union Budget Budget 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ