Cryptocurrency
କ୍ରିପ୍ଟୋ କରେନ୍ସିକୁ ଟିକସଭୁକ୍ତ କରାଯିବା ନେଇ ବଜେଟ୍ରେ ଘୋଷଣା ହୋଇଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି(Cryptocurrency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି। କ୍ରିପ୍ଟୋ ନିବେଶକମାନେ ଯେଉଁମାନେ କି କ୍ରିପ୍ଟୋ କରେନ୍ସିରୁ ଅର୍ଥ କମାଉଛନ୍ତି, ସେମାନଙ୍କୁ ଏବେ ଟ୍ୟାକ୍ସ ଦେବାକୁ ପଡ଼ିବ। କ୍ରିପ୍ଟୋ କରେନ୍ସି ଉପରେ ୩୦% ଟ୍ୟାକ୍ସ ଲାଗୁ ପାଇଁ ଘୋଷଣା ହୋଇଛି।
ସେପଟେ ଡିଜିଟାଲ କରେନ୍ସି ପାଇଁ ଏଥର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି। ସେ କହିଛନ୍ତି, ୨୦୨୨-୨୩ରୁ ଡିଜିଟାଲ କରେନ୍ସି ଆରମ୍ଭ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ଆରମ୍ଭ କରାଯିବ। ବ୍ଲକ ଚେନ୍ ଓ ଅନ୍ୟ ଟେକ୍ନୋଲଜି ବ୍ୟବହାର କରି ଡିଜିଟାଲ ରୁପି ପ୍ରଚଳନ କରାଯିବ ବୋଲି ଆଜି ଲୋକସଭାରେ ନିର୍ମଳା ସୀତାରମଣ ପ୍ରସ୍ତାବ ରଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643703153.jpg)