Advertisment

ପୁତୁରା ହେବ ମାୟାବତୀଙ୍କ ଉତ୍ତରାଧିକାରୀ, ଆକାଶ ଆନନ୍ଦଙ୍କ ହାତରେ ରହିବ BSP

ମାୟାବତୀଙ୍କ ପୁତୁରା ଆକାଶ ଲଣ୍ଡନରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ୨୦୧୭ ମସିହାରେ ମାୟାବତୀଙ୍କ ଦ୍ୱାରା ଏକ ରାଲିରେ ଆକାଶଙ୍କ ପଲଟିକାଲ ଲଞ୍ଚ ହୋଇଥିଲା।

Akash Anand

Akash Anand

Advertisment

ନିଜ ପୁତୁରାଙ୍କୁ ଉତ୍ତରାଧିକାରୀ ଭାବେ ବାଛିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ପୁତୁରା ଆକାଶ ଆନନ୍ଦଙ୍କୁ ବିଧିବଦ୍ଧ ଭାବେ ନିଜ ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । କିନ୍ତୁ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ଲାଗି ଆକାଶ
ଆନନ୍ଦ ଏହି ପଦରେ ରହିବେନି। ମାୟାବତୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଏସପି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ନିର୍ବାଚନ ଲଢିବ ବୋଲି କହିଛନ୍ତି ମାୟାବତୀ।

Advertisment

ମାୟାବତୀଙ୍କ ପୁତୁରା ଆକାଶ ଲଣ୍ଡନରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ୨୦୧୭ ମସିହାରେ ମାୟାବତୀଙ୍କ ଦ୍ୱାରା ଏକ ରାଲିରେ ଆକାଶଙ୍କ ପଲଟିକାଲ ଲଞ୍ଚ ହୋଇଥିଲା। ଚଳିତ ବର୍ଷ ଜୁନ୍ ମାସରେ ଆକାଶ ଆନନ୍ଦତାଙ୍କ ପାର୍ଟି ନେତା ଅଶୋକ ସିଦ୍ଧାର୍ଥଙ୍କ ଝିଅ ପ୍ରଜ୍ଞାଙ୍କୁ ବିବାହ କରିଥିଲେ। ସୋସିଆଲ ମିଡିଆରେ ଆକାଶ ଆନନ୍ଦ ବେଶ୍‌ ସକ୍ରିୟ ରହିଛନ୍ତି।

ସୂଚନା ଅନୁସାରେ, ରାଜସ୍ଥାନ ନିର୍ବାଚନ ସମୟରେ ଆକାଶ ଆନନ୍ଦ ବିଏସପି ଦାୟିତ୍ୱ ତୁଲାଇଥିଲେ। ସେ ଅନେକ ଦିନ ଧରି ରାଜ୍ୟରେ ପଦଯାତ୍ରା କରିଥିଲେ। ବିଧାନସଭା ନିର୍ବାଚନରେ ​​ଦଳ ୨ଟି ଆସନ ଜିତିଥିଲା। ଦଳ ରାଜ୍ୟରେ ୫ ପ୍ରତିଶତରୁ ଅଧିକ ଭୋଟ୍ ପାଇଛି। ଏହା ପରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆକାଶ ଆନନ୍ଦଙ୍କ ଦାୟିତ୍ୱ ବଢ଼ାଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା।

Advertisment

ତେବେ ଏହାରି ମଧ୍ୟରେ ମାୟାବତୀ ରବିବାର ଦିନ ଲକ୍ଷ୍ନୌରେ ଅନୁଷ୍ଠିତ ବୈଠକରେ ତାଙ୍କ ଉତ୍ତରାଧିକାରୀ ଭାବେ ଆକାଶଙ୍କୁ ବାଛିଛନ୍ତି। ଏହି ବୈଠକରେ ୨୮ଟି ରାଜ୍ୟରୁ ବିଏସ୍‌ପି ପଦାଧିକାରୀ ଉପସ୍ଥିତ ଥିଲେ।

India BSP Mayawati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ