Advertisment

ବିଦେଶିନୀଙ୍କୁ ସମୁଦ୍ରକୂଳରେ ଦୁଷ୍କର୍ମ ! ସ୍ୱାମୀଙ୍କ ସହ ଛୁଟି କଟାଇବାକୁ ଆସିଥିଲେ...

ଜଣେ ବ୍ରିଟିଶ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ସ୍ୱାମୀଙ୍କ ସହ ଗୋଆ ବୁଲିବାକୁ ଆସିଥିଲେ। ଦୁଷ୍କର୍ମ ନେଇ ଅଭିଯୋଗ ପରେ ପୋଲିସ୍‌ ଛାନ୍‌ଭିନ୍‌ କରି ଅଭିଯୁକ୍ତକୁ ଧରିଥିଲା।

ଅଦ୍ୟତନ ହୋଇଛି
British Woman Raped At Goa Beach

British Woman Raped At Goa Beach

Advertisment

ସମୁଦ୍ର କୂଳରେ ବିଦେଶିନୀଙ୍କୁ ଦୁଷ୍କର୍ମ ! ଗୋଆର ପ୍ରସିଦ୍ଧ ସ୍ୱିଟ୍‌ ଲେକ୍‌ ନିକଟ ଆରାମ୍ବୋଲ ସମୁଦ୍ରକୂଳରେ ଜଣେ ବ୍ରିଟିଶ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୋଆ ପୋଲିସ୍‌ ସୋମବାର ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତର ନାଁ ଜୋଏଲ୍‌ ଭିନ୍‌ସେଣ୍ଟ୍‌ ଡି’ ସୋଜା। ଜୋଏଲ୍‌ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଜୁନ୍‌ ୨ରେ ସମ୍ପୃକ୍ତ ମହିଳା ଆରାମ୍ବୋଲ ସମୁଦ୍ରକୂଳକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଜୋଏଲ୍‌ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ସ୍ୱାମୀଙ୍କ ସହ ଗୋଆ ବୁଲିବାକୁ ଆସିଥିଲେ। ଦୁଷ୍କର୍ମ ନେଇ ଅଭିଯୋଗ ପରେ ପୋଲିସ୍‌ ଛାନ୍‌ଭିନ୍‌ କରି ଅଭିଯୁକ୍ତକୁ ଧରିଥିଲା। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ଗୋଆ ସମୁଦ୍ରକୂଳରେ ଏଭଳି ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ୨୦୧୮ରେ ଜଣେ ବ୍ରିଟିଶ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ କର୍ଣ୍ଣାଟକରୁ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଥିଲା। 

Advertisment

ସୂଚନାଥାଉ କି, ୨ ଝିଅଙ୍କୁ ଗଣଦୁଷ୍କର୍ମ ମାମଲାରେ ଗତବର୍ଷ ଜୁଲାଇରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟ ବିଧାନସଭାରେ କହିଥିଲେ ଯେ, ସେମାନଙ୍କର ପିତାମାତା ଅନୁଧ୍ୟାନ କରିବା ଉଚିତ୍‌ ଯେ, ବିଳମ୍ବିତ ରାତିରେ ସେମାନଙ୍କ ପିଲା କାହିଁକି ସମୁଦ୍ରକୂଳରେ ଥିଲେ। ପିଲାମାନଙ୍କ ସୁରକ୍ଷା ନିଶ୍ଚିତ କରିବା ବାପାମା’ଙ୍କ ଦାୟିତ୍ୱ। ପିଲାମାନଙ୍କୁ ବିଶେଷ କରି ନାବାଳିକାଙ୍କୁ ବିଳମ୍ବିତ ରାତି ଯାଏ ବାପାମା’ ବାହାରେ ରହିବା ପାଇଁ ଅନୁମତି ପ୍ରଦାନ କରିବା ଉଚିତ୍ ନୁହେଁ। ତେବେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଏଭଳି ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ହେଲେ ପରେ ଏନେଇ ସେ ସଫେଇ ଦେଇଥିଲେ। ତାଙ୍କ କହିବାର ତାତ୍ପର୍ଯ୍ୟକୁ କେହି ଠିକ୍‌ ଭାବେ ବୁଝି ପାରିନଥିବା ସେ କହିଥିଲେ। 

Goa Sea Beach Woman Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ