Advertisment

ବିବାହର ଗୋଟିଏ ଦିନ ପୂର୍ବରୁ କନ୍ୟାକୁ ଦୁଷ୍କର୍ମ; ବରଘର ଭାଙ୍ଗିଦେଲେ ବାହାଘର

ଯେଉଁ ଝିଅ ମୁଣ୍ଡରେ ନୂଆ ଓଢ଼ଣୀ ଦେଇ ସିନ୍ଦୂରକୁ ଅପେକ୍ଷା କରିଥିଲା... ସେ ହେଲା ଦୁଷ୍କର୍ମର ଶିକାର । ତା’ର ସବୁ କିଛି ଲୁଟ୍‌ ହୋଇଗଲା, ସିନ୍ଦୂର ନାଇବାର ଗୋଟିଏ ଦିନ ପୂର୍ବରୁ...

Bride Raped

Bride Raped

Advertisment

ବାଜିଥା’ନ୍ତା ବାଜା... ଫୁଟିଥା’ନ୍ତା ବାଣ... ଡିଜେ ବଜାଇ, ବରଯାତ୍ରୀ ସହ ଆସିଥା’ନ୍ତା ବର... ଜୀବନସାଥୀକୁ ଚାହିଁ ବସିଥିଲା କନ୍ୟା... ସେପଟେ ନିଜର ସାଥୀକୁ ପାଖରେ ପାଇବାକୁ ବର ହେଉଥିଲା ଆତୁର । ହେଲେ ମାତ୍ର ଗୋଟିଏ ଦିନ ପୂର୍ବରୁ ହୋଇଗଲା ସବୁ ଏପଟ ସେପଟ । ବାହାଘର ପୂର୍ବଦିନର ସେହି କଳାଘଟଣା ସବୁ କରିଦେଲା ସବୁ ଅନ୍ଧାର । ଯେଉଁ ଝିଅ ମୁଣ୍ଡରେ ନୂଆ ଓଢ଼ଣୀ ଦେଇ ସିନ୍ଦୂରକୁ ଅପେକ୍ଷା କରିଥିଲା... ସେ ହେଲା ଦୁଷ୍କର୍ମର ଶିକାର । ତା’ର ସବୁ କିଛି ଲୁଟ୍‌ ହୋଇଗଲା, ସିନ୍ଦୂର ନାଇବାର ଗୋଟିଏ ଦିନ ପୂର୍ବରୁ...

Advertisment

ଏପରି ଏକ ଦୁଃଖଦ ଖବର ଆସିଛି ଭୋପାଳ ଅଞ୍ଚଳରୁ । ରାୱା ଜିଲ୍ଲାରେ ଘଟିଛି ଏ ନୃଶଂସ ଘଟଣା । ସୂଚନା ଅନୁସାରେ ବିବାହ କରିବାକୁ ଥିବା ୨୩ ବର୍ଷୀୟ ଜଣେ ଯୁବତୀଙ୍କ ସହ ଘଟିଯାଇଛି ଏପରି କିଛି । ଡିସେମ୍ବର ୩ ତାରଖରେ ତାଙ୍କ ବିବାହ ସ୍ଥିର କରାଯାଇଥିଲା । ହେଲେ ଡିସେମ୍ବର ୨ ତାରିଖରେ ଅର୍ଥାତ୍‌ ବାହାଘରର ଗୋଟିଏ ଦିନ ପୂର୍ବରୁ କନ୍ୟା ଜଣଙ୍କୁ ଦୁଷ୍କର୍ମ କରାଯାଇଥିଲା । ଯାହାକୁ ଜାଣିବା ପରେ ବରଘର ପକ୍ଷରୁ ବିବାହକୁ ଭାଙ୍ଗି ଦେଇଥିଲେ ।

ସେପଟେ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କୁ ଧମକ ଦେଇଥିଲେ । ଏହି ଘଟଣା ସମ୍ପର୍କରେ କାହାକୁ ନକହିବାକୁ କହିଥିଲେ । ହେଲେ ପୀଡ଼ିତା ଜଣକ ପ୍ରଥମେ ଏ ସମ୍ପର୍କରେ ତାଙ୍କ ବାପା-ମା’ଙ୍କୁ କହିଥିଲେ । ପରେ ଏହି ପରିବାର ଥାନାରେ ଏନେଇ ଅଭିଯୋଗ କରିଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହିତ ଜାନୁଆରୀ ୨୪ ତାରିଖରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ପରେ ତାକୁ ଜେଲ୍‌ ପଠାଇଦିଆଯାଇଛି ।

Advertisment

ହେଲେ ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାର ଅଭିଯୋଗକୁ ମାସେ ବିତିଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୋଲିସ । ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା । ଯାକୁ ନେଇ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

Bride Wedding Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ