Drunk Groom
ବାହା ହେବାକୁ ଆସି ମଦ ପିଇ ନାଚରେ ମାତିଲା ବର । ସମୟ ଗଡ଼ିବାରୁ ଅନ୍ୟ ଜଣଙ୍କୁ ବାହା ହୋଇଗଲା କନିଆ । ଏମିତି କିଛି ଘଟଣା ରାଜସ୍ଥାନର ଚୁରୁ ଜିଲ୍ଲା ରାଜଗଡ଼ ତହସିଲର ଚେଲନା ଗାଁରେ ଦେଖିବାକୁ ମିଳିଛି ।
ରବିବାର ଦିନ ଗାଁରେ ବାହାଘର ଚାଲିଥିଲା ବେଳେ ବର ଆସି ରାତି ୯ଟା ବେଳକୁ ଗାଁରେ ପହଞ୍ଚି ଯାଇଥିଲା । ଅଳ୍ପ ସମୟ ପରେ ବାହାଘର ପାଇଁ ଶୁଭ ମୁହୂର୍ତ୍ତ ଥିଲା ବେଳେ ବରଯାତ୍ରୀଙ୍କ ସହ ଘଣ୍ଟା ଘଣ୍ଟା ଧରି ମଦ ପିଇ ବର ନାଚିଥିବାର ଦେଖିବାକୁ ମିଳିଥିଲା । ବର ମାତିଥିବାବେଳେ ଏଣେ ଶୁଭ ମୁହୂର୍ତ୍ତି ଗଡ଼ି ଯାଉଥିଲା । ଆଉ ଶେଷରେ ବାହା ହେବାକୁ ଅପେକ୍ଷା କରିଥିବା ଯୁବତୀ ଓ ତାଙ୍କ ପରିବାର ଏଥିରେ ରାଗିଯାଇ ବର ଓ ବରପକ୍ଷଙ୍କୁ ପାନେ ଦେବା ଲାଗି ଅନ୍ୟ ଜଣଙ୍କ ସହ ବାହାଘର କରିବାକୁ ନିଷ୍ପତ୍ତି ନେଇଥିଲେ ।
ବରପକ୍ଷଙ୍କୁ ଫେରାଇ ଦେଇଥିଲେ କନ୍ୟାପକ୍ଷର ଲୋକ । ପରେ ଏନେଇ ବରପକ୍ଷ ରାଜଗଡ଼ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ମଧ୍ୟସ୍ଥତାରେ ସମାଧାନ ହୋଇଥିଲା । ଏ ବାହାଘର ଭାଙ୍ଗିଗଲା ବୋଲି ଉଭୟ ପକ୍ଷ ଥାନାରେ ଲିଖିତ ଭାବେ ଜଣାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652867144.jpg)