ବିବାହ ବେଦିରେ ଢୁଳେଇଲେ କନ୍ୟା...ଆଉ ତା’ପରେ...

ବିବାହ ଚାଲିଛି .. ମନ୍ତ୍ର ଫୁଙ୍କା ହେଉଛି । ଘଣ୍ଟ ଘଣ୍ଟା ବାଜୁଛି । କିନ୍ତୁ କନ୍ୟା ଜଣକ ଶୋଇ ପଡ଼ିଛନ୍ତି । ଏପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Viral video

ବିବାହ ଚାଲିଛି .. ମନ୍ତ୍ର ଫୁଙ୍କା ହେଉଛି । ଘଣ୍ଟ ଘଣ୍ଟା ବାଜୁଛି । କିନ୍ତୁ କନ୍ୟା ଜଣକ ଶୋଇ ପଡ଼ିଛନ୍ତି । ଏପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବିବାହ ମଝିରେ ଶୋଇ ପଡ଼ିଛି କନ୍ୟା । ଦେଖନ୍ତୁ ତଳେ ଥିବା ଭିଡ଼ିଓକୁ । ବିବାହ ମଝିରେ ହିଁ କେମିତି କନ୍ୟା ଜଣକ ଢୁଳଉଛନ୍ତି । ଏବଂ ତାଙ୍କର ସ୍ୱାମୀ ନିଦ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ।

 

ଭିଡ଼ିଓଟି ରାଜସ୍ଥାନର ବୋଲି କୁହା ଯାଉଛି । ପରମ୍ପରିକ ରାଜସ୍ଥାନୀ ହିନ୍ଦୁ ବିବାହ ଚାଲିଛି । ହିନ୍ଦୁ ବିବାହରେ ଯାବତୀୟ କର୍ମ କର୍ମାଣୀ ହୋଇଥାଏ । ଫଳରେ ବର କନ୍ୟାଙ୍କ ସହ ପରିବାର ଲୋକେ ମଧ୍ୟ ଥକି ଯାଆନ୍ତି । ଏଣୁ କନ୍ୟାଟି ମଧ୍ୟ ଥକି ଯାଇଥିବା ଅନୁମାନ କରା ଯାଇପାରେ ।

ତେବେ ଇଣ୍ଟରନେଟରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । କେହି କେହି ୟୁଜର୍ସ ଏହାକୁ ପ୍ରେମ ଓ ଭଲ ପାଇବାର ଅପୂର୍ବ ନିଦର୍ଶନ ବୋଲି କହୁଥିବା ବେଳେ, କେହି କେହି ଏହାକୁ ନାପସନ୍ଦ ମଧ୍ୟ କରିଛନ୍ତି । ତେବେ ଅନେକ ୟୁଜର୍ସ ସ୍ୱାମୀଙ୍କର ଏପରି କାର୍ଯ୍ୟକୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି ।