Advertisment

ମୋଦି-ଜିନପିଙ୍ଗ ଭେଟଘାଟ, ବ୍ରିକ୍ସ ସମ୍ମିଳନୀରେ କଥାହେଲେ ଉଭୟ ନେତା

ଅନୌପଚାରିକ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ

ଅଦ୍ୟତନ ହୋଇଛି
Brics Summit

Brics Summit

Advertisment

ବ୍ରିକ୍ସରେ ୬ଟି ନୂଆ ଦେଶ ସାମିଲ ହୋଇଛନ୍ତି । ଆର୍ଜେଣ୍ଟିନା, ଇଥିଓପିଆ, ଇଜିପ୍ଟ, ଇରାନ, ୟୁଏଇ ଏବଂ ସାଉଦି ଆରବ ବ୍ରିକ୍ସରେ ଯୋଗଦେବେ ।  ଏମାନଙ୍କୁ ଜାନୁଆରୀ ୨୦୨୪ର ବ୍ରିକ୍ସର ସଦସ୍ୟ ଭାବେ ସଦସ୍ୟତା ମିଳିବ ବୋଲି ସୂଚନା ମିଳିଛି । ଜୋହାନ୍ସବର୍ଗରେ ଚାଲିଥିବା ୧୫ତମ ବ୍ରିକ୍ସ ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ରାମାଫୋସା ଏହି ଘୋଷଣା କରିଛନ୍ତି । ଏହି ସମୟରେ ପିଏମ ମୋଦି ମଧ୍ୟ ଉପସ୍ଥିତ ଥିଲେ।

Advertisment

ବ୍ରିକ୍ସ ସମ୍ମିଳନୀରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗ । ଅନୌପଚାରିକ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ । କନଫରେନ୍ସକୁ ଯିବାବେଳେ ମୋଦି ଜିନପିଙ୍ଗଙ୍କୁ ଅଭିବାଦନ କରିବା ସହ ଉଭୟ କଥାବାର୍ତ୍ତା  କରୁଥିବା ଦେଖିବାକୁ ମିଳିଛି । 

Advertisment

ସେପଟେ ବ୍ରିକ୍ସ ସମ୍ମିଳନୀରେ ଚନ୍ଦ୍ରଯାନର ସଫଳତା କଥା ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ବ୍ରିକସ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ଅବସରରେ ଏହି କଥା ଉଠାଇଥିଲେ ପିଏମ୍ । ଚନ୍ଦ୍ରୟାନ ସଫଳତା ନେଇ ସାରା ବିଶ୍ୱରୁ ଭାରତକୁ ଅଭିନନ୍ଦନ ଆସୁଛି।

ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ବୈଜ୍ଞାନିକଙ୍କ ପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ। କେବଳ ଭାରତ ନୁହେଁ, ସାରା ବିଶ୍ୱର ବୈଜ୍ଞାନିକଙ୍କ ପାଇଁ ଏହା ବଡ଼ ଉପଲବ୍ଧି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Advertisment
PM Modi Xi Jinping BRICS Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ