Advertisment

ଜୀବନ ଯୁଦ୍ଧରେ ସିନା ନିଜେ ହାରିଗଲେ, ହେଲେ ୬ ଜଣଙ୍କୁ ଦେଲେ ନୂଆ ଜୀବନ

ଜୀବନ ଯୁଦ୍ଧରେ ନିଜେ ହାରିଗଲେ, ହେଲେ ୬ ଜଣଙ୍କୁ ଦେଲେ ନୂଆ ଜୀବନ। ମୃତ୍ୟୁ ପରେ ୬ ଜଣଙ୍କୁ ଜୀବନ ଦେଇଗଲେ ୧୪ ବର୍ଷର ବାଳକ। ମୃତ୍ୟୁ ପରେ ଜୀବନ ସିନା ରୁହେନି। କିନ୍ତୁ ମୃତକ ଯେ କେତେ ଜଣକ ଜୀବନ ଦାନ ଦେଇପାରେ ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ସୁରତରେ।

ଅଦ୍ୟତନ ହୋଇଛି
Class-10 Student In Surat Saves 6 Patients By Donating His Organs

Class-10 Student Saves 6 Patients Donating His Organs

Advertisment

ସୁରତ: ଜୀବନ ଯୁଦ୍ଧରେ ସିନା ନିଜେ ହାରିଗଲେ, ହେଲେ ୬ ଜଣଙ୍କୁ ଦେଲେ ନୂଆ ଜୀବନ। ମୃତ୍ୟୁ ପରେ ୬ ଜଣଙ୍କୁ ଜୀବନ ଦେଇଗଲେ ୧୪ ବର୍ଷର ବାଳକ। ମୃତ୍ୟୁ ପରେ ଜୀବନ ସିନା ରୁହେନି। କିନ୍ତୁ ମୃତକ ଯେ କେତେ ଜଣକ ଜୀବନ ଦାନ ଦେଇପାରେ ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ସୁରତରେ।

Advertisment

ବ୍ରେନ୍ ଡେଡ୍ ହେବା ପରେ ସୁରତର ଧାର୍ମିକ କାକାଡିଆଙ୍କ ହାତ, ହାର୍ଟ, ଆଖି, ଲିଭର୍ ଇତ୍ୟାଦିକୁ ୬ ଜଣଙ୍କୁ ଦାନ କରାଯାଇଛି। ମୁମ୍ବାଇ, ହାଇଦ୍ରାବାଦ୍, ଅହମ୍ମଦାବାଦକୁ ଧାର୍ମିକଙ୍କ ଅଙ୍ଗ ପଠାଯାଇଛି। ଜୀବନ କ’ଣ ବୁଝିବା ପୂର୍ବରୁ ସେ ସିନା ଆରପାରିକୁ ଚାଲି ଯାଇଛନ୍ତି ହେଲେ ତାଙ୍କ ପାଇଁ ୬ ଜଣ ଜୀବନ ପାଇଛନ୍ତି। ପିଲା ବେଳୁ ସେ କିଡନୀ ରୋଗର କଷ୍ଟ ସହିଥିଲେ। କିଡନୀ ପାଇଁ ଅପେକ୍ଷା କରି କରି ଶେଷରେ ଆଖି ବୁଜିଥିଲେ। ଏହି କଷ୍ଟ ଯେପରି ଆଉ କିଏ ନସହୁ ସେଥିପାଇଁ ଧାର୍ମିକଙ୍କ ଅଙ୍ଗକୁ ଦାନ କରିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ।  

ଧାର୍ମିକ କାକାଡ଼ିଆଙ୍କୁ୧୪ ବର୍ଷ ବୟସ ହୋଇଥିଲା ଓ ସେ ଦଶମ ଶ୍ରେଣୀ ଛାତ୍ର ଥିଲେ। କିଡନୀ ଜନିତ ସମସ୍ୟାରୁ ଜନ୍ମରୁ ହିଁ ସେ କଷ୍ଟ ସହୁଥିଲେ। ଖାଇବାଠୁ ଆରମ୍ଭ କରି ପାଣି ପିଇବା ଯାଏ...ନିଜ ସହ, ନିଜ ଶରୀର ସହ ଲଢ଼ୁଥିଲେ।  ହେଲେ ଜୀବନ ସହ ଲଢ଼େଇରେ ଗତ ୨୯ ତାରିଖରେ ସେ ହାରି ଯାଇଥିଲେ। ଧାର୍ମିକଙ୍କ ଦୁଇ ହାତ, ହାର୍ଟ, ଆଖି, ଲିଭର୍, ଏପରି ଯାହା ଯାହା ଅଙ୍ଗ ଅନ୍ୟ ପାଖରେ ପ୍ରତ୍ୟାରୋପଣ ହୋଇପାରିବ ତାହା ନିଆଯାଇଥିଲା।

Advertisment

ସବୁଠାରୁ କମ୍‌ ବୟସ୍କଙ୍କ ଦୁଇ ହାତ ପ୍ରତ୍ୟାରୋପଣରେ ଏହା ଦେଶର ପ୍ରଥମ ଘଟଣା। ମୁମ୍ବାଇର ଜଣେ ବ୍ୟକ୍ତି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ହାତ ହରାଇଥିଲେ। ତାଙ୍କ ପାଖରେ ଲାଗିଛି ଧାର୍ମିକଙ୍କ ଦୁଇ ହାତ। ହାର୍ଟକୁ ଅହମ୍ମଦାବାଦ୍, ଲିଭରକୁ ହାଇଦ୍ରାବାଦ୍ ଏବଂ ଚକ୍ଷକୁ ସୁରତର ଏକ ହସ୍ପିଟାଲ୍‌କୁ ପଠାଯାଇଛି। ସୁରତରୁ ଏହି ୪ ସହରକୁ ଅଙ୍ଗ ପଠାଇବା ପାଇଁ ଗ୍ରୀନ୍ କରିଡର କରାଯାଇଥିଲା। ସୁରତରୁ ପ୍ରାୟ ୩୦୦ କିଲୋମିଟର ଦୂର ମୁମ୍ବାଇକୁ ମାତ୍ର ୧୦୫ ମିନିଟ୍‌ରେ ଧାର୍ମିକଙ୍କ ହାତକୁ ଅତି ସୁରକ୍ଷିତ ଭାବେ ପହଞ୍ଚା ଯାଇଥିଲା।

ଧାର୍ମିକ ଜୀବିତ ଥିଲା ବେଳେ କିଡନୀ ପ୍ରତିରୋପଣ ପାଇଁ ଅପେକ୍ଷା କରିଥିଲେ। ହେଲେ ଶେଷ ଯାଏ ଏହା ସମ୍ଭବ ହୋଇ ପାରିନଥିଲା। ଶେଷରେ ସେ ଆଖି ବୁଜିଲେ। ସେ କଷ୍ଟକୁ ଅନୁଭବ କରିଥିବା ଧାର୍ମିକଙ୍କ ବାପାମା’ ଏବେ ଅନ୍ୟ ପାଖରେ ନିଜ ପୁଅକୁ ଖୋଜି ପାଇଛନ୍ତି। 

Advertisment
Organ Donation Surat Student Saves 6 Patients
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ