ଭାଲେଣ୍ଟାଇନ୍ ଡେରେ ‘ବୟଫ୍ରେଣ୍ଡ୍‌ ଅନ୍ ରେଣ୍ଟ୍ ’

ଜଣେ ଯୁବକ ପୋଷ୍ଟର ମାଧ୍ୟମରେ ନିଜର ଏକୁଟିଆପଣକୁ ବଖାଣିଛନ୍ତି । ନିଜ ଯନ୍ତ୍ରଣାକୁ ସମସ୍ତଙ୍କ ଆଗରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ।

‘ବୟଫ୍ରେଣ୍ଡ୍‌ ଅନ୍ ରେଣ୍ଟ୍ ’

‘ବୟଫ୍ରେଣ୍ଡ୍‌ ଅନ୍ ରେଣ୍ଟ୍ ’ । ପୋଷାକ ତଥା ଅନ୍ୟାନ୍ୟ ସାମଗ୍ରୀ ପରି ପ୍ରେମ ଦିବସରେ ଭଡ଼ାରେ ମିଳୁଛି ପ୍ରେମିକ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ପୋଷ୍ଟର ମାଧ୍ୟମରେ ନିଜର ଏକୁଟିଆପଣକୁ ବଖାଣିଛନ୍ତି । ନିଜ ଯନ୍ତ୍ରଣାକୁ ସମସ୍ତଙ୍କ ଆଗରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି । କେବଳ ଏତିକି ନୁହେଁ ପ୍ରେମରେ ନଥିବା ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବା ସହିତ ଅନ୍ୟାନ୍ୟ ଅନେକ ସମସ୍ୟା ମଧ୍ୟ ଉଠାଇଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଦରଭଙ୍ଗା ଜିଲ୍ଲାରେ ଜଣେ ଯୁବକ ମହାରାଜ କ୍ୟାମ୍ପସ ନିକଟରେ ହାତରେ ପ୍ଲାକାର୍ଡ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ଏହାର ପୋଷ୍ଟରରେ ଲେଖାହୋଇଛି ‘ବୟଫ୍ରେଣ୍ଡ୍‌ ଅନ୍ ରେଣ୍ଟ୍ ’ । ଯୁବକ ଜଣ ଦୀର୍ଘ ସମୟ ଧରି ପୋଷ୍ଟର ରାସ୍ତାରେ ଛିଡ଼ା ହୋଇଛନ୍ତି । ତେବେ ଯୁବକ ଜଣକ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଦେଖଣାହାରୀ ତାଙ୍କୁ ଆଶ୍ଚର୍ଯ୍ୟରେ ଚାହିଁ ରହୁଛନ୍ତି ।

ତେବେ ଏହିପରି ରାସ୍ତାରେ ଏକ ପୋଷ୍ଟର ସହିତ ଠିଆ ହେବା ପଛରେ ଏକ ବିଶେଷ ଉଦ୍ଦେଶ୍ୟ ଅଛି । ଭାଲେଣ୍ଟାଇନ୍ ଡେରେ ଲୋକଙ୍କ ମଧ୍ୟରେ ପ୍ରେମ ବାଣିଟିବା ମୋର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଆଜିକାଲି ଅନେକ ଲୋକ ଉଦାସୀନତା, ନିରାଶା ଏବଂ ଚାପର ଶିକାର ହେଉଛନ୍ତି । ଏକୁଟିଆ ରହିବା ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଯାଇଛି । ଦୁନିଆରେ କେବଳ ଗର୍ଲଫ୍ରେଣ୍ଡ ରଖିବା ବଡ଼ କଥା ନୁହେଁ । ବାପାମା’ଙ୍କୁ ମଧ୍ୟ ଆମେ ଭଲପାଇବା, ଆଉ ତାଙ୍କ ଭଲପାଇବାକୁ ସମ୍ମାନ ଜଣାଇବା । ତେଣୁ ଲୋକଙ୍କୁ ବୁଝାଇବା ଉଦ୍ଦେଶ୍ୟରେ ପୋଷ୍ଟର ଧରି ଛିଡ଼ା ହୋଇଥିବା ସେ କହିଛନ୍ତି ।