Advertisment

ନିଷ୍ପତ୍ତି ନେଇଥିଲେ ପାଣିକୁ ଡେଇଁବେ...କିନ୍ତୁ, ଘଟଣା ଘଟିଲା ଏମିତି; ଥାନାକୁ ଗଲା ପ୍ରେମିକା

ଶେଷ ମୁହୂର୍ତ୍ତରେ ଧୋକା ଦେଲା ପ୍ରେମିକ। ପ୍ରେମିକା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପ୍ରେମିକ ଶେଷ ମୁହୂର୍ତ୍ତରେ ପ୍ରେମିକାର ହାତ ଛାଡ଼ି ଦେଇଥିଲେ।

ଅଦ୍ୟତନ ହୋଇଛି
Boyfriend Cheated His Girlfriend

Boyfriend Cheated His Girlfriend

Advertisment

ସାଙ୍ଗ ହୋଇ ମରିବା ପାଇଁ ନିଷ୍ପତ୍ତି ନେଲେ। ହେଲେ ଶେଷ ମୁହୂର୍ତ୍ତରେ ଧୋକା ଦେଲା ପ୍ରେମିକ। ପ୍ରେମିକା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପ୍ରେମିକ ଶେଷ ମୁହୂର୍ତ୍ତରେ ପ୍ରେମିକାର ହାତ ଛାଡ଼ି ଦେଇଥିଲେ। ସୌଭାଗ୍ୟବଶତଃ, ଯୁବତୀ ଜଣକ ପହଁରା ଜାଣି ଥିବାରୁ ପାଣିରେ ପହଁରି ପହଁରି କୂଳକୁ ଆସି ଜୀବନ ବଞ୍ଚାଇଥିଲେ। ଶେଷରେ ଧୋକାବାଜ ପ୍ରେମିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏଭଳି ଅଜବ ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ୩୦ ବର୍ଷୀୟ ଯୁବକଙ୍କ ସହ ୩୨ ବର୍ଷୀୟ ବିବାହିତା ମହିଳାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସମ୍ପର୍କ ଏତେ ନିବିଡ଼ ହୋଇଯାଇଥିଲା ଯେ, ସାଙ୍ଗ ହୋଇ ମରିବା ପାଇଁ ଉଭୟ ନିଷ୍ପତ୍ତି ନେଇଥିଲେ। ହେଲେ ସେତେବେଳେ ଏହି ପ୍ରେମ ନିଶା ଉତୁରି ଥିଲା ଯେତେବେଳେ ଶେଷ ମୁହୂର୍ତ୍ତରେ ପ୍ରେମିକ ଧୋକା ଦେଇଥିଲା। ସମ୍ପୃକ୍ତ ମହିଳା ନିଜ ପିଲାଙ୍କ ସହ ପୁଣେ ବୁଲିବାକୁ ଯାଇଥିବା ବେଳେ ଯୁବକ ଜଣକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପୁଣେରୁ ଫେରିବା ପରେ ଯୁବତୀ ଜଣକ ଯେତେବେଳେ ଏହା ଜାଣିଲେ ସେତେବେଳେ ତାଙ୍କର ରାଗ ପଞ୍ଚମ ହୋଇଯାଇଥିଲା।  

ନବିବାହିତ ଯୁବତୀଙ୍କୁ ଛାଡ଼ପତ୍ର ଦେବା ପାଇଁ ପ୍ରେମିକା, ପ୍ରେମିକକୁ କହିଥିଲେ। ଏହାସହ ଝଗଡ଼ା ମଧ୍ୟ କରିଥିଲେ। ହେଲେ ଯୁବକ ଜଣକ ଏଥିରେ କୌଣସି ଆଗ୍ରହ ଦେଇ ନଥିଲେ। ଏସବୁ ଭିତରେ ଉଭୟ ସାଙ୍ଗ ହୋଇ ମରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରେମୀଯୁଗଳ ପ୍ରୟାଗରାଜର ନୂଆ ବ୍ରିଜ୍‌ରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରେମିକା ନଦୀକୁ ଡେଇଁ ପଡ଼ିଥିଲେ। ହେଲେ ପ୍ରେମିକ ଶେଷ ମୁହୂର୍ତ୍ତରେ ପ୍ରେମିକାର ହାତ ଛାଡ଼ି ଦେଇଥିଲେ ଓ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Advertisment

ସୌଭାଗ୍ୟବଶତଃ, ଯୁବତୀ ଜଣକ ପହଁରା ଜାଣି ଥିବାରୁ ପାଣିରେ ପହଁରି ପହଁରି କୂଳକୁ ଆସି ଜୀବନ ବଞ୍ଚାଇଥିଲେ। ଏହାସହ ଧୋକାବାଜ ପ୍ରେମିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପ୍ରେମିକ ଆତ୍ମହତ୍ୟା ନକରିବାରୁ ପ୍ରେମିକା ଏନେଇ ଥାନାରେ ଏଫ୍‌ଆଇଆର୍‌ ଦେଇଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

Betrayed In Love
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ