ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ରରେ ଭାଙ୍ଗିଥିଲା ଛତ୍ରପତି ଶିବାଜୀଙ୍କ ୩୫ ଫୁଟ୍ ଉଚ୍ଚର ପ୍ରତିମୂର୍ତ୍ତି । ସିନ୍ଧୁଦୁର୍ଗ ଜିଲ୍ଲା ରାଜକୋଟ୍ ଦୁର୍ଗରେ ଥିଲା ପ୍ରତିମୂର୍ତ୍ତି ।

Narendra Modi

ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ । ଆଜି ପାଲଘରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜ କେବଳ ଗୋଟିଏ ନାଁ କି ଜଣେ ରାଜା ନୁହନ୍ତି । ଆମ ପାଇଁ ସେ ଭଗବାନ ସଦୃଶ । ଆଜି ତାଙ୍କ ଚରଣରେ ନତମସ୍ତକ ହୋଇ କ୍ଷମା ପ୍ରାର୍ଥନା କରୁଛି ।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ NBF ପ୍ରତିନିଧି ମଣ୍ଡଳୀ

ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲ୍ଲାର ରାଜକୋଟ୍ ଦୁର୍ଗରେ ରହିଥିଲା ଛତ୍ରପତି ଶିବାଜୀଙ୍କ ୩୫ ଫୁଟ୍ ଉଚ୍ଚର ପ୍ରତିମୂର୍ତ୍ତି । ତେବେ କିଛି ଦିନ ତଳେ ପ୍ରବଳ ବର୍ଷା ଓ ପବନରେ ଭାଙ୍ଗି ଯାଇଥିଲା ଏହି ପ୍ରତିମୂର୍ତ୍ତି । ଯାହାକୁ ମହାରାଷ୍ଟ୍ର ସମେତ ଦେଶର ଅନ୍ୟ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଗତବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିବାଜୀ ମହାରାଜାଙ୍କର ଏହି ବଡ଼ ପ୍ରତିମୂର୍ତ୍ତିକୁ ଉଦଘାଟନ କରିଥିଲେ । କିନ୍ତୁ ବର୍ଷେ ନପୁରୁଣୁ ପ୍ରତିମୂର୍ତ୍ତିଟି ଭୁଶୁଡ଼ି ପଡ଼ିଲା । ଯାହାକୁ ନେଇ ସାରା ମହାରାଷ୍ଟ୍ରରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି ।