BSF Jawans
ଘନ କୁହୁଡ଼ି ହେତୁ ଭୁଲରେ ସୀମା ପାର ହୋଇଗଲେ ଜଣେ କାର୍ଯ୍ୟରତ ଭାରତୀୟ ଯବାନ । ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ଯବାନଙ୍କୁ ପାକ୍ ରେଞ୍ଜର୍ସ କାବୁ କରିଥିବାର ବିଏସ୍ଏଫ୍ ସୂତ୍ରରୁ ଜଣାପଡ଼ିଛି । ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ଯବାନଙ୍କୁ ମୁକ୍ତ କରାଯାଇଥିଲା ବୋଲି ସୂଚନା ମିଳିଛି ।
ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତ-ପାକ୍ ସୀମାର ଆବୋହର ସେକ୍ଟରରେ ଥିବା ୧୬୦ ବାଟାଲିୟନର ପୁରନ୍ ଆଉଟପୋଷ୍ଟରେ କାର୍ଯ୍ୟରତ ହେଡକନଷ୍ଟେବଳ ହେମନାଥ ଘନ କୁହୁଡ଼ି ହେତୁ ଅଜାଣତରେ ପାକିସ୍ତାନ ସୀମାକୁ ପ୍ରବେଶ କରିଥିଲେ। ସକାଳ ପ୍ରାୟ ୬.୩୦ ମିନିଟରେ ଏପରି ଘଟିଥିଲା। ପରେ ଦୁଇପକ୍ଷ ମଧ୍ୟରେ ଆଲୋଚନା ହୋଇ ପାକ କର୍ତ୍ତୃପକ୍ଷ ହେମନାଥଙ୍କୁ ମୁକ୍ତ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us