Advertisment

ଦିଲ୍ଲୀ ବିମାନବନ୍ଦରକୁ ବୋମା ପକେଇ ଉଡେଇଦେବାକୁ ଅଲ୍‌କାଏଦା ଧମକ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ ବିମାନବନ୍ଦର)କୁ ବୋମା ପକେଇ ଉଡେଇଦେବାକୁ ଅଲ୍‌କାଏଦା ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲ୍‌କାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି।

ଅଦ୍ୟତନ ହୋଇଛି
ଦିଲ୍ଲୀ ବିମାନବନ୍ଦରକୁ ବୋମା ପକେଇ ଉଡେଇଦେବାକୁ ଅଲ୍‌କାଏଦା ଧମକ

Bomb Threat

Advertisment

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି ବିମାନବନ୍ଦର)କୁ ବୋମା ପକେଇ ଉଡେଇଦେବାକୁ ଅଲ୍‌କାଏଦା ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲ୍‌କାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି।

Advertisment

ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ଅନୁଯାୟୀ, ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଏକ ଇମେଲ ପାଇଛି ଯେଉଁଥିରେ କୁହାଯାଇଛି ଯେ କରଣବୀର ସୁରି ଓରଫ ମୋହମ୍ମଦ ଜଲାଲ ଏବଂ ତାଙ୍କ ପତ୍ନୀ ଶୈଲି ଶାରା ଓରଫ୍‌ ହସିନା ରବିବାର ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ଆସନ୍ତା ଏକରୁ ତିନି ଦିନ ମଧ୍ୟରେ ଉଭୟ ଆଇଜି ବିମାନ ବନ୍ଦରରେ ବୋମା ରଖିବାକୁ ଷଡଯନ୍ତ୍ର କରୁଛନ୍ତି। ଅଲ୍‌କାଏଦାର ଏହି ଧମକ ପରେ ସିଏସ୍‌ଏଫ୍‌ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ସତର୍କ ହୋଇ ବିମାନବନ୍ଦରର ସୁରକ୍ଷାକୁ କଡାକଡି କରିଛନ୍ତି।

Advertisment

ଅନୁସନ୍ଧାନ ବେଳେ ଡିଆଇଜି କହିଛନ୍ତି ଯେ ପୂର୍ବରୁ ମଧ୍ୟ ସମାନ ନାମ ଏବଂ ସମାନ ବିବରଣୀ ସହିତ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା। ତାଙ୍କ କହିବାନୁସାରେ, ପୂର୍ବରୁ କରଣବୀର ଏବଂ ଶୈଲିଙ୍କୁ ଆଇଏସ୍‌ଆଇଏସ୍‌ର ଗ୍ୟାଙ୍ଗଷ୍ଟର କୁହାଯାଉଥିଲା। ଏଥିସହିତ ଲେଖାଥିଲା ଯେ ଉଭୟ ଆସୁଛନ୍ତି ଏବଂ ଗୋଟିଏରୁ ତିନି ଦିନ ମଧ୍ୟରେ ବିମାନବନ୍ଦର ଉପରେ ବୋମା ପକାଇବାକୁ ଷଡଯନ୍ତ୍ର କରିବେ।

ପ୍ରକାଶଥାଉ ଯେ ଏହା ପୂର୍ବରୁ ୧୮ ଏପ୍ରିଲରେ ଦିଲ୍ଲୀ ବିମାନବନ୍ଦରରେ ଗୋଟିଏ ବିମାନକୁ ବୋମା ପକେଇ ଉଡ଼ାଇବାର ଧମକରୁ ସମସ୍ତଙ୍କ ଭିତରେ ଭୟ ଖେଳିଯାଇଥିଲା। ସେତେବେଳେ ବାଙ୍ଗାଲୋରରୁ ଦିଲ୍ଲୀ ଆସୁଥିବା ବିମାନରେ ଜଣେ ଯାତ୍ରୀଙ୍କୁ ସ୍ଲିପ୍‌ ମିଳିଥିଲା। ସ୍ଲିପ୍‌ରେ ଲେଖାଯାଇଥିଲା ଯେ ବିମାନରେ ଏକ ବୋମା ଅଛି ଏବଂ ଏହା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ବିସ୍ଫୋରଣ ହେବ। ଫଳରେ ବିମାନଟି ଦିଲ୍ଲୀରେ ପହଞ୍ଚିବା ମାତ୍ରେ ବୋମା ନିଷ୍କାସନକାରୀ ଦଳ ଏହାକୁ ଘେରି ରହିଥିଲେ ଏବଂ ଅନୁସନ୍ଧାନ ବେଳେ କିଛି ମିଳି ନ ଥିଲା।

Advertisment

ଏହି ପରିପ୍ରେକ୍ଷୀରେ ବିମାନବନ୍ଦ ପୋଲିସ ଡେପୁଟି କମିଶନର ରାଜୀବ ରଂଜନ କହିଛନ୍ତି ଯେ ଜଣେ ଯାତ୍ରୀ ବିମାନର ୱାଶ୍‌ରୁମ୍‌ରେ ଏକ ଟିସୁ ପେପର୍‌ ପଡ଼ିଥିବାର ଦେଖିଥିଲେ। ବାଙ୍ଗାଲୋରରୁ ଦିଲ୍ଲୀ ଆସୁଥିବା ଏୟାର ଏସିଆ ବିମାନରେ ଏକ ବୋମା ଅଛି ବୋଲି ଏହି ଟିସୁ ପେପରରେ ଲେଖା ଥିଲା।

Bomb Blast New Delhi Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ