Advertisment

ରାଜଧାନୀରେ ମିଳିଲା ସନ୍ଦିଗ୍ଧ ବ୍ୟାଗ୍‌, ଭୟଭୀତ ଲୋକେ

ଦିଲ୍ଲୀ ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍‌ ମିଳିଛି। କିଏ ରଖିଲା ବ୍ୟାଗ୍‌ ? କେଉଁଠୁ ଆସିଲା  ଓ କେଉଁଠିକି ଏହି ବ୍ୟାଗ୍‌ ଯାଇଥାନ୍ତା ? ଏନେଇ ସ୍ପେଶାଲ୍‌ ସେଲ୍‌ ଟିମ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

Bomb Found In Bag At Delhi

Bomb Found In Bag At Delhi

Advertisment

ନୂଆଦିଲ୍ଲୀ ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍‌ରୁ IED ମିଳିଛି। ଖବରପାଇ ଦିଲ୍ଲୀ ପୋଲିସ୍‌, NSG(National Security Guard), Bomb Disposal Squad ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜେସିବି ସହାୟତାରେ ଏକ ବଡ଼ ଗାତ ଖୋଳା ଯାଇ IEDକୁ ନିଷ୍କ୍ରିୟ କରାଯାଇଛି। କିଏ ରଖିଲା ବ୍ୟାଗ୍‌ ? କେଉଁଠୁ ଆସିଲା  ଓ କେଉଁଠିକି ଏହି ବ୍ୟାଗ୍‌ ଯାଇଥାନ୍ତା ? ଏନେଇ ସ୍ପେଶାଲ୍‌ ସେଲ୍‌ ଟିମ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। 

Advertisment

ଦିଲ୍ଲୀ ପୋଲିସ୍‌ର ସୂଚନା ଅନୁସାରେ, ଆଜି ସକାଳ ୧୦ଟା ୨୦ ମିନିଟ୍‌ରେ ପିସିଆର୍‌କୁ ଫୋନ୍‌ କଲ୍‌ ଆସିଥିଲା। ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍‌ରେ ବୋମା ଥିବା ଖବର ମିଳିଥିଲା। ଏହାପରେ ପୋଲିସ୍‌, ସ୍ପେଶାଲ୍‌ ସେଲ୍‌ ଟିମ୍‌, NSG ଓ Bomb Disposal Squad ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁରା ଅଞ୍ଚଳକୁ ସିଲ୍‌ କରାଯାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ବ୍ୟାଗ୍‌ରୁ IED (Improvise Explosive Device) ମିଳିଥିଲା। ଏହାପରେ ଜେସିବି ସହାୟତାରେ ଏକ ବଡ଼ ଗାତ ଖୋଳା ଯାଇ IEDକୁ ନିଷ୍କ୍ରିୟ କରାଯାଇଥିବା ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। 

ସୂଚନାଥାଉ କି, ଗତ ଡିସେମ୍ବର ୯ରେ ଦିଲ୍ଲୀ ରୋହିଣୀ କୋର୍ଟରେ ବୋମା ବିସ୍ଫୋରଣ ହୋଇଥିଲା। କୋର୍ଟର ରୁମ୍‌ ନଂ ୧୦୨ରେ ବିସ୍ଫୋରଣ ହୋଇଥିଲା। 

Advertisment

New Delhi IED Suspicious Bag Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ