Advertisment

ମଝି ସମୁଦ୍ରରେ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି, ଅଚାନକ ରେଡ୍‌ କଲା NCB; ବଲିଉଡ୍‌ ସୁପରଷ୍ଟାରଙ୍କ ପୁଅ ଅଟକ

ମୁମ୍ବାଇରେ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ରେଡ୍‌ କରିଛି। ଘଟଣାରେ ଏନ୍‌ସିବି ୧୦ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଜଣେ ବଲିଉଡ୍‌ ସୁପରଷ୍ଟାରଙ୍କ ପୁଅ ରହିଛି।

ଅଦ୍ୟତନ ହୋଇଛି
Raid On Cruise Ship

Raid On Cruise Ship

Advertisment

ମୁମ୍ବାଇ: ମୁମ୍ବାଇରେ ଏକ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ରେଡ୍‌ କରିଛି। ଗତକାଲି ରାତିରେ ମୁମ୍ବାଇରେ ମଝି ସମୁଦ୍ରରେ ଥିବା ଏକ କ୍ରୁଜ୍‌ରେ ରେଭ୍ ପାର୍ଟି ଚାଲିଥିବା ଖବର ପାଇ ଏନ୍‌ସିବି ଅଚାନକ୍‌ ଚଢ଼ଉ କରିଥିଲା। ଏହି ସମୟରେ କ୍ରୁଜ୍‌ ଜାହାଜରୁ ବହୁ ପରିମାଣର ବ୍ୟାନ୍‌ ହୋଇଥିବା ଗଞ୍ଜେଇ, କୋକେନ୍, ଏମ୍‌ଡି ଇତ୍ୟାଦି ଜବତ ହୋଇଛି। 

Advertisment

ଘଟଣାରେ ଏନ୍‌ସିବି ୧୦ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଜଣେ ବଲିଉଡ୍‌ ସୁପରଷ୍ଟାରଙ୍କ ପୁଅ ଅଛନ୍ତି ବୋଲି ସୂଚନା ମିଳିଛି। ତାଙ୍କୁ ଏନ୍‌ସିବି ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡ଼ିଛି। ରେଭ୍ ପାର୍ଟି ବେଳେ ସମ୍ପୃକ୍ତ ଷ୍ଟାର୍‌ଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ। ଘଟଣା ସହ ତାଙ୍କର କ’ଣ ସମ୍ପୃକ୍ତି ରହିଛି ସେନେଇ ଖୋଳତାଡ଼ କରାଯାଉଛି।

ସେହିପରି ମାମଲାରେ ଅନ୍ୟ ୯ ଜଣଙ୍କୁ ଅଟକ ରଖାଯାଇଛିା ଯେଉଁଥିରେ ଦୁଇ ଜଣ ଡ୍ରଗ୍ସ ପେଡଲର୍ ବି ଅଛନ୍ତି। ଏନେଇ ଏନ୍‌ସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ କହିଛନ୍ତି, ‘ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ। କିଛି ଜଣଙ୍କୁ ଅଟକ ରଖାଯାଇଛି ଓ ତଦନ୍ତ ଜାରି ରହିଛି। ଡ୍ରଗ୍ସ ଜବତ ହୋଇଛି। ୮-୧୦ ଜଣଙ୍କୁ ପଚରାଉଚରା କରାଯାଉଛି’।

Advertisment

ମିଳିଥିବା ସୂଚନା ମୁତାବକ ଏହି ଜାହାଜ ମୁମ୍ବାଇରୁ ଗୋଆ ଯିବା ପାଇଁ ଯୋଜନା ଥିଲା। ସୂଚନାଥାଉ କି, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଖୋଳତାଡ଼ ବେଳେ ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଥିଲା। 

Advertisment
Mumbai Drugs Drugs Party Cruise Ship
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ