Advertisment

ସୋନୁ ସୁଦ୍‌ଙ୍କ ଘରେ ଚାଲିଛି ରେଡ଼୍‌: ଜାଣନ୍ତୁ କଣ କହିଲା ଆୟକର ବିଭାଗ?

ବଲିଉଡର ଚର୍ଚ୍ଚିତ ଅଭିନେତା ସୋନୁ ସୁଦଙ୍କ ଘରେ ଲଗାତାର ଆୟକର ବିଭାଗ ଚଢାଉ ଜାରି ରଖିଛି। ସୋନୁ ସୁଦଙ୍କ ଘର ଏବଂ କାର୍ଯ୍ୟାଳୟ ସମେତ ୬ ଟି ସ୍ଥାନରେ କ୍ରମାଗତ ତୃତୀୟ ଦିନ ପାଇଁ ଚଢାଉ ହୋଇଛି। ଟିକସ ହେରଫେର ହୋଇଥିବା ନେଇ ପ୍ରମାଣ ମିଳିଥିବାର ସୂଚନା ମିଳିଛି

undefined

Sonu Sood

Advertisment

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ସୋନୁ ସୁଦଙ୍କ ଘରେ ଲଗାତାର ଆୟକର ବିଭାଗ ଚଢାଉ ଜାରି ରଖିଛି। ସୋନୁ ସୁଦଙ୍କ ଘର ଏବଂ କାର୍ଯ୍ୟାଳୟ ସମେତ ୬ ଟି ସ୍ଥାନରେ କ୍ରମାଗତ ତୃତୀୟ ଦିନ ପାଇଁ ଚଢାଉ ହୋଇଛି। ଟିକସ ହେରଫେର ହୋଇଥିବା ନେଇ ପ୍ରମାଣ ମିଳିଥିବାର ସୂଚନା ମିଳିଛି। ଏହି ଟ୍ୟାକ୍ସ ମନିପୁଲେସନ୍ ସୋନୁ ସୁଦଙ୍କ ବ୍ୟକ୍ତିଗତ ଅର୍ଥ ସହିତ ଜଡିତ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଚଳଚ୍ଚିତ୍ରରୁ ମିଳିଥିବା ଟଙ୍କାରେ ଟ୍ୟାକ୍ସର ଅନିୟମିତତା ଦେଖିବାକୁ ମିଳିଛି। ଏହି ଅନିୟମିତତା ପରେ ବର୍ତ୍ତମାନ ଆୟକର ବିଭାଗ ସୋନୁ ସୁଦଙ୍କ ଚାରିଟି ଫାଉଣ୍ଡେସନର ଆକାଉଣ୍ଟ ମଧ୍ୟ ଯାଞ୍ଚ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଆଜି ସନ୍ଧ୍ୟାରେ ଆୟକର ବିଭାଗ ଏନେଇ ପ୍ରେସମିଟ୍‌ କରିବ ବୋଲି ଜଣାପଡ଼ିଛି।

Advertisment

ସୋନୁ ସୁଦ୍ କରୋନା ମହାମାରୀ ସମୟରେ ଅନେକ ଅଭାବୀ ଲୋକଙ୍କୁ ସାହାଯ୍ୟ କରିଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ଏହି ସାହାଯ୍ୟ ଯୋଗୁଁ ଅଭିନେତା ସମସ୍ତଙ୍କ ଆଗରେ ଭଗବାନ ମଧ୍ୟ ପାଲଟି ଯାଇଥିଲେ। ଅଭିନେତାଙ୍କ ମୁମ୍ବାଇ ଘର ଏବଂ ଅଫିସ ଉପରେ ଇନକମ ଟ୍ୟାକ୍ସର ଲଗାତାର ଚଢାଉ ପରେ ତାଙ୍କୁ ନେଇ ପୂରା ଦେଶରେ ଜୋରସୋରରେ ଚାଲିଛି ଚର୍ଚ୍ଚା।

Advertisment

ଆଜି ତୃତୀୟ ଦିନରେ ଆୟକର ବିଭାଗ ସୋନୁ ସୁଦଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରିଛି। ସୋନୁଙ୍କ ଆକାଉଂଟ୍‌ଟାଣ୍ଟ ଉପସ୍ଥିତ ନଥିବାରୁ ତଦନ୍ତରେ ବିଳମ୍ବ ଦେଖାଯାଇଥିଲା। ସୋନୁଙ୍କ ଉପରେ ବୁଧବାର ଠାରୁ ଏହି ଚଢାଉ ଆରମ୍ଭ ହୋଇଛି ଏବଂ ମୁମ୍ବାଇ ଏବଂ ଲକ୍ଷ୍ନୌରେ ଥିବା ସମ୍ପତ୍ତିର ମଧ୍ୟ ଯାଞ୍ଚ କରାଯାଇଛି। ସୋନୁଙ୍କ ଘରେ ରେଡ୍‌କୁ ନେଇ ରାଜନୀତିକ ଆରୋପ ଓ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଗଲାଣି। ଶିବସେନା କହିଛି ଯେ, ଏହା କେନ୍ଦ୍ର ସରକାରଙ୍କ ପ୍ଲାନ। ତେବେ ଏନେଇ କିନ୍ତୁ କେନ୍ଦ୍ର ସରକାର କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ସେ ଯାହାବି ହେଉ କାହିଁକି ରେଡ଼୍‌ ହୋଇଛି? ଏବଂ ଆଜି ସନ୍ଧ୍ୟାରେ ହେବାକୁ ଥିବା ପ୍ରେସମିଟ୍‌ ଉପରେ ସମସ୍ତଙ୍କ ନଜର ରହିଛି।

Sonu Sood Bollywood Income Tax
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ