Advertisment

ଆଶାରାମଙ୍କ ଆଶ୍ରମରୁ ମିଳିଲା ନାବାଳିକାର ଶବ, ୩ ଦିନ ହେବ ନିଖୋଜ ଥିଲେ

ଆଶାରାମଙ୍କ ଆଶ୍ରମରେ ଥିବା ଏକ କାର୍‌ରୁ ନାବାଳିକାର ଶବ ମିଳିଛି। ନାବାଳିକାର ବୟସ ୧୩-୧୪ ବର୍ଷ ହେବ ବୋଲି କୁହାଯାଉଛି। ଆଶ୍ରମରୁ ଶବ ମିଳିବା ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

Body Of Missing Girl Found In Asaram Bapu's Ashram

Body Of Missing Girl Found In Asaram Bapu's Ashram

Advertisment

ଜେଲ୍‌ରେ ବନ୍ଦୀ ଥିବା ଆଶାରାମ ବାପୁଙ୍କ ଗୋଣ୍ଡା(ଉତ୍ତର ପ୍ରଦେଶ) ସ୍ଥିତ ଆଶ୍ରମରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଶାରାମଙ୍କ ଆଶ୍ରମରେ ଥିବା ଏକ କାର୍‌ରୁ ନାବାଳିକାର ଶବ ମିଳିଛି। ନାବାଳିକାର ବୟସ ୧୩-୧୪ ବର୍ଷ ହେବ ବୋଲି କୁହାଯାଉଛି। ଆଶ୍ରମରୁ ଶବ ମିଳିବା ପରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ନଗର କୋତଭାଲି ଅନ୍ତର୍ଗତ ଭିମୌର ଅଞ୍ଚଳରେ ଏହି ଘଟଣା ଘଟିଛି। ଏଠାରେ ଆଶାରାମଙ୍କ ଆଶ୍ରମ ରହିଛି। ଗତ ଏପ୍ରିଲ ୫ରୁ ନାବାଳିକା ଜଣକ ନିଖୋଜ ଥିଲେ। ତେବେ ୪ ଦିନ ପରେ ଆଶାରାମଙ୍କ ଆଶ୍ରମରେ ଥିବା କାର୍‌ରୁ ନାବାଳିକାର ମୃତଦେହ ମିଳିଛି। କାର୍‌ରୁ ଦୁର୍ଗନ୍ଧ ବାହାରିବା ପରେ ଆଶ୍ରମର ଚୌକିଦାର ପୋଲିସ୍‌କୁ ଖବର ଦେଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ୍‌ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। 

ପୋଲିସ୍‌ ସୂଚନା ଅନୁସାରେ, କାର୍‌ରୁ ଦୁର୍ଗନ୍ଧ ବାହାରିବା ପରେ ଆଶ୍ରମର ଚୌକିଦାର କାର୍‌ ଖୋଲି ଥିଲେ ଓ ଗାଡ଼ି ଭିତରେ ଶବ ରଖାଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ପୋଲିସ୍‌କୁ ସୂଚନା ଦେଇଥିଲେ। ଶବ ମିଳିବା ପରେ ପୋଲିସ୍‌ ଓ ଫରେନସିକ୍‌ ଟିମ୍‌ ଆଶ୍ରମ ଓ ଗାଡ଼ି ଯାଞ୍ଚ କରିଛନ୍ତି। 

Advertisment

ଆଶାରାମଙ୍କ ଆଶ୍ରମରୁ ଶବ ମିଳିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଏଭଳି କିଛି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ୨୦୦୮ରେ ଆଶାରାମଙ୍କ ଗୁଜରାଟ ସ୍ଥିତ ଗୁରୁକୁଳ ଆଶ୍ରମରେ ରହସ୍ୟମୟ ପରିସ୍ଥିତିରେ ୨ ଜଣ ଆଶ୍ରମରୁ ଗାଏବ ହୋଇଯାଇଥିଲେ। କିଛିଦିନ ପରେ ସାବରମତୀ ନଦୀ କୂଳରେ ଛାତ୍ରଙ୍କ ଶବ ମିଳିଥିଲା। 

ଗୁଜରାଟ ପରେ ମଧ୍ୟପ୍ରଦେଶ ଛିନ୍ଦୱାଡା ଜିଲ୍ଲାରେ ଥିବା ଗୁରୁକୁଳ ଆଶ୍ରମରେ ମଧ୍ୟ ଜଣେ ଛୋଟ ପିଲାର ଶବ ଜବତ ହୋଇଥିଲା। ୨୦୦୮ରେ ଏହି ଘଟଣା ଘଟିଥିଲା। ଆଶ୍ରମର ଶୌଚାଳୟରୁ ଶିଶୁଟିର ଶବ ମିଳିଥିଲା। ବାଥ୍‌ରୁମ୍‌ରେ ପଡ଼ିବା ଯୋଗୁ ସମ୍ପୃକ୍ତ ଛାତ୍ରଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। 

Advertisment

ସୂଚନାଥାଉ କି, ସୁରତରେ ରହୁଥିବା ୨ ଜଣ ଭଉଣୀ ଆଶାରାମ ଓ ତାଙ୍କ ପୁଅ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ବଡ଼ ଭଉଣୀ ଆଶାରାମଙ୍କ ବିରୋଧରେ ଓ ସାନ ଭଉଣୀ ନାରାୟଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏନେଇ ପୋଲିସ୍‌ ଆଶାରାମଙ୍କ ବିରୋଧରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଥିଲା। 

ଆଶ୍ରମର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦୧୩ରେ ଏକ କୋର୍ଟ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ନାବାଳିକାଙ୍କ ଅଭିଯୋଗ ଅନୁସାରେ, ଆଶାରାମ ତାଙ୍କୁ ଯୋଧପୁର ସ୍ଥିତ ମଣାଇ ଅଞ୍ଚଳକୁ ଡକାଇଥିଲେ। ୨୦୧୩ ମସିହା ଅଗଷ୍ଟ ୧୫ ତାରିଖ ରାତିରେ ନାବାଳିକାଙ୍କ ସହ ଆଶାରାମ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ୨୦୧୩ରୁ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ହିଁ ଆଶାରାମ ବନ୍ଦୀ ଅଛନ୍ତି। ୨୦୧୮ରେ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା। ଜାମିନ ପାଇଁ ସେ ଅନେକ ଥର ଆବେଦନ କରିଥିଲେ ମଧ୍ୟ ବାରମ୍ବାର ଏହା ଖାରଜ ହୋଇଛି। 

Asaram Bapu Asaram Bapu Ashram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ