Advertisment

ହଠାତ୍‌ ନିଖୋଜ ହୋଇଗଲେ, ପରେ ବନ୍ଦ କାର୍‌ରୁ ମିଳିଳା ୩ ଶିଶୁଙ୍କ ଶବ

ବନ୍ଦ କାର୍‌ ଭିତରେ ଖେଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘରଠୁ ୫୦ ମିଟର ଦୂରରେ କାର୍‌ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା।

ଅଦ୍ୟତନ ହୋଇଛି
Bodies Of Three Missing children found inside car in maharashtra

Bodies of three missing children found inside car in maharashtra

Advertisment

ପ୍ରଥମେ ନିଖୋଜ ପରେ ବନ୍ଦ କାର୍‌ ଭିତରୁ ମିଳିଲା ୩ ଶିଶୁଙ୍କ ମୃତଦେହ। ବନ୍ଦ କାର୍‌ ଭିତରେ ଖେଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ର ନାଗପୁର ପଞ୍ଚପାଭଲି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଭାଇ, ଭଉଣୀ ଥିବାବେଳେ ସମସ୍ତଙ୍କ ବୟସ ୪ରୁ ୬ ବର୍ଷ ବୋଲି ଜଣାପଡ଼ିଛି। ଶନିବାର ଦିନଠୁ ୩ ଶିଶୁ ନିଖୋଜ ଥିବାବେଳେ ଗତକାଲି ଘରଠୁ ୫୦ ମିଟର ଦୂରରେ କାର୍‌ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଗାଡ଼ି ଭିତରେ ଖେଳୁଥିବା ବେଳେ ଲକ୍‌ ପଡ଼ି ଯାଇଥିବା ଆଶଙ୍କା କରାଯାଉଛି। ଫଳରେ ଶ୍ୱାସରୁଦ୍ଧ ହୋଇ ୩ ଶିଶୁଙ୍କ ଜୀବନ ଚାଲି ଯାଇଛି। 

Advertisment

ସୂଚନା ଅନୁସାରେ, ପଚପୌଲି ଥାନା ଅଧିକାରୀଙ୍କ କହିବା ଅନୁସାରେ, ଶନିବାର ଅପରାହ୍ଣ ୩ଟାରୁ ଫାରୁକ ନଗରର ତୌଫିକ ଫିରୋଜ ଖାନ୍‌(୪), ଆଲିଆ ଫିରୋଜ ଖାନ୍‌(୬) ଓ ଆଫରିନ୍‌ ଇରଶାଦ ଖାନ(୬) ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ଭାବିଥିଲେ ଘର ପାଖରେ ସେମାନେ ଖେଳୁଛନ୍ତି। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଯେତେବେଳେ ସେମାନେ ଘରକୁ ଫେରିନଥିଲେ, ଶେଷରେ ପରିବାର ଲୋକ ଏନେଇ ପୋଲିସ୍‌କୁ ଖବର ଦେଇଥିଲେ। 

ରବିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଜଣେ କନଷ୍ଟେବଲ୍‌ ନିଖୋଜ ଶିଶୁଙ୍କ ମୃତଦେହ ସେମାନଙ୍କ ଘରଠୁ ୫୦ ମିଟର ଦୂରରେ ଥିବା ଏକ ଏସ୍‌ୟୁଭି କାର୍‌ ଭିତରୁ ଉଦ୍ଧାର କରିଥିଲେ। ଏମାନଙ୍କ ମଧ୍ୟରୁ ତୌଫିକ ଓ ଆଲିଆ ଭାଇ-ଭଉଣୀ ଥିବାବେଳେ ଆଫରିନ୍‌ ସେମାନଙ୍କ ଘର ପାଖରେ ରହୁଥିଲେ। ଶ୍ୱାସରୁଦ୍ଧ ହୋଇ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। 

Advertisment

ନ୍ୟୁଜ୍‌ ଏଜେନ୍ସି ANI ର ରିପୋର୍ଟ ଅନୁସାରେ, ପୋଲିସ୍‌ କମିଶନର ଅମିତେଶ କୁମାର ସୂଚନା ଦେଇଛନ୍ତି, ନିଖୋଜ ଶିଶୁଙ୍କ ମୃତଦେହ ଘର ନିକଟରେ ଥିବା ଏକ ପୁରୁଣା କାର୍‌ ଭିତରୁ ଉଦ୍ଧାର କରାଯାଇଥିଲା। ୩ ଶିଶୁ ଖେଳୁଥିବା ବେଳେ କାର୍‌ ଭିତରେ ରହି ଯାଇଥିଲେ ଓ ଡୋର୍‌ ଲକ୍‌ ପଡ଼ି ଯାଇଥିଲା। ବହୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର ହୋଇଥିଲା। ଶ୍ୱାସରୁଦ୍ଧ ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଛି। 

Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ