Advertisment

୪୮ ଘଣ୍ଟା ପରେ ମିଳିଲା ଯବାନଙ୍କ ମରଶରୀର, ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ନିଖୋଜ ଥିଲେ

ଜମ୍ମୁ ଓ କାଶ୍ମୀର ପୁଞ୍ଚ୍‌ରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ନିଖୋଜ ଥିବା ୨ ଜଣ ଯବାନଙ୍କ ମରଶରୀର ମିଳିଛି। ଉଭୟଙ୍କ ସହ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରୁ ନଥିଲା। ସେମାନଙ୍କୁ ଖୋଜିବା ଲାଗି ସେନା ପକ୍ଷରୁ ବଡ଼ ଧରଣର କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା।

ଅଦ୍ୟତନ ହୋଇଛି
Bodies Of Soldiers Recovered

Bodies Of Soldiers Recovered

Advertisment

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ପୁଞ୍ଚ୍‌ରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ନିଖୋଜ ଥିବା ୨ ଜଣ ଯବାନଙ୍କ ମରଶରୀର ମିଳିଛି। ଅକ୍ଟୋବର ୧୪ରେ ନାର ଖାସ୍‌ ଘଞ୍ଚ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ତଲାସ ଲାଗି ସୁବେଦାର ଅଜୟ ସିଂ ଓ ନାୟକ ହରେନ୍ଦ୍ର ସିଂ ସେନାର ଅନ୍ୟ ଯବାନଙ୍କ ସହ ବାହାରିଥିଲେ। ସେହିଦିନ ଅଜୟ ସିଂ ଓ ହରେନ୍ଦ୍ର ସିଂଙ୍କ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା। ସେହିଦିନଠୁ ଉଭୟଙ୍କ ସହ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରୁ ନଥିଲା। ସେମାନଙ୍କୁ ଖୋଜିବା ଲାଗି ସେନା ପକ୍ଷରୁ ବଡ଼ ଧରଣର କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା।

Advertisment

ତେବେ ଦୁଃଖଦ ଘଟଣା, ଅକ୍ଟୋବର ୧୬ ଅର୍ଥାତ୍‌ ୪୮ ଘଣ୍ଟା ପରେ ସୁବେଦାର ଅଜୟ ଓ ନାୟକ ହରେନ୍ଦ୍ରଙ୍କ ମରଶରୀର ମିଳିଛି। ଆତଙ୍କବାଦୀଙ୍କ ସହ ଲଢ଼େଇ କରି ଏମାନେ ସହିଦ ହୋଇଛନ୍ତି। ଏହା ପୂର୍ବରୁ, ଅକ୍ଟୋବର ୧୪ରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ୨ ଯବାନ ସହିଦ ହୋଇଥିଲେ।

ସେହିପରି ଅକ୍ଟୋବର ୧୦ରେ ବିଳମ୍ବିତ ରାତିରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଜେସିଓ ଏବଂ ୪ ଜଣ ଯବାନ ସହିତ ହୋଇଥିଲେ। ନାର ଖାସ୍‌ ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳି ବିନିମୟ ଘଟଣାରେ ଆଉ ୨ ଯବାନଙ୍କ ମରଶରୀର ମିଳିବା ପରେ ସହିଦ ଯବାନଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ଲାଗି ପାରା କମାଣ୍ଡୋ ଓ ହେଲିକପ୍ଟରର ସହାୟତା ନିଆଯାଉଛି। 

Advertisment

ଅନ୍ୟପକ୍ଷେ, ଜାମ୍ମୁ-କାଶ୍ମୀରରେ ୨ ପୋଲିସ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଲସ୍କରର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ମୁସ୍ତାକ୍‌ ଖାଣ୍ଡେ ଯବାନ ଗୁଳିରେ ନିହତ ହୋଇଛି । ପୁଲୱାମାର ପାମ୍ପୋର ଇଲାକାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିବିନିମୟରେ ଦୁଇ ଲସ୍କର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । 

Advertisment
Jammu And Kashmir Jawan Martyred
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ