Boat Carrying Around 30 People Capsizes In Ganga River
ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା। ପାଖାପାଖି ୩୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଇଞ୍ଜିନ ଚାଳିତ ଡଙ୍ଗା ଗଙ୍ଗା ନଦୀରେ ଓଲଟି ପଡ଼ିଥିବା ସୂଚନା ମିଳିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି।ବୁଧବାର ଦିନ ଉତ୍ତରପ୍ରଦେଶ ଗାଜିପୁରରେ ଏହି ଅଘଟଣ ଘଟିଛି। ଓଭରଲୋଡ୍ ଯୋଗୁ ଏପରି ଘଟିଥିବା ଜଣାପଡ଼ିଛି। ଖବରପାଇ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପାଖାପାଖି ୨୨ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ୫ ଜଣ ଶିଶୁ ଏବେବି ନିଖୋଜ ଥିବା କୁହାଯାଉଛି। ତେବେ ଡଙ୍ଗା ଚାଳକ ନଦୀକୁ ଡେଇଁ ନିଜ ଜୀବନ ବଞ୍ଚାଇ ଦେଇଛନ୍ତି।
ସୂଚନା ଅନୁସାରେ, ପାଖାପାଖି ୩୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଇଞ୍ଜିନ ଚାଳିତ ଡଙ୍ଗା ରେବତୀପୁର ଥାନା ଅନ୍ତର୍ଗତ ଅଠହଠା ଗାଁ ନିକଟ ଗଙ୍ଗାନଦୀରେ ଓଲଟି ପଡ଼ିଥିଲା। ବୁଧବାର ସନ୍ଧ୍ୟାରେ ଲୋକମାନେ ଡଙ୍ଗାରେ ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଡଙ୍ଗାରେ ୧୫ ଜଣ ପୁରୁଷ, ୧୦ ଜଣ ମହିଳା ଓ ୫ ଜଣ ଶିଶୁ ଥିଲେ। ଖବରପାଇ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ହେଲେ ଏବେବି ୫ ଜଣ ଶିଶୁ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି।
ବନ୍ୟା ଯୋଗୁ ପୁରା ଗାଁ ଜଳମଗ୍ନ ହୋଇଛି। ତେଣୁ ଗ୍ରାମବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଇଞ୍ଜିନ ଚାଳିତ ଡଙ୍ଗା ଉପଲ୍ଲବ୍ଧ କରାଯାଇଛି। ଯାହା ସହାୟତାରେ ଗାଁଲୋକେ ନଦୀ ପାର୍ ହୋଇ ଗାଁ ବାହାରକୁ ଯାତାୟତ କରିଥାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1662010523.jpg)