Advertisment

Malegaon Blast:‘ଭାଗବତଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲେ ବଡ଼ ଅଫିସର, କିନ୍ତୁ ମନା କରି କେସ୍ ଖାଇଥିଲି ’

ମୁଜାଓ୍ଵାର କହିଛନ୍ତି, “ମୁଁ ଏହାର ବିରୋଧ କରିଥିଲି କାରଣ ମୁଁ ଭୁଲ କାମ କରିବାକୁ ଚାହୁଁନଥିଲି।” ସେ ଆହୁରି ଦାବି କରିଛନ୍ତି ଯେ, ତଦନ୍ତକାରୀ ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ମାନିବାକୁ ଅସ୍ୱୀକାର କରିବା ପରେ ତାଙ୍କୁ ମିଥ୍ୟା ମାମଲାରେ ଫସାଯାଇଥିଲା। କିନ୍ତୁ ମୁଁ ସମସ୍ତ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛି ।

ଅଦ୍ୟତନ ହୋଇଛି
malegaon blast

malegaon blast

Advertisment

ମାଲେଗାଁ ବିସ୍ଫୋରଣ ଘଟଣାରେ ସେତେବେଳର ଜଣେ ତଦନ୍ତକାରୀ ଅଧିକାରୀ ମହବୁବ ମୁଜାଓ୍ଵାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ମାଲେଗାଁ ବିସ୍ଫୋରଣ ମାମଲାରେ ତାଙ୍କୁ ଆରଏସଏସ୍ ସରସଂଘଚାଳକ ମୋହନ ଭାଗବତଙ୍କୁ ଗିରଫ କରିବାକୁ ଆଦେଶ ଦିଆଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ, ଦେଶରେ ଗେରୁଆ ଆତଙ୍କବାଦର ନ୍ୟାରେଟିଭ୍ ତିଆରି କରିବା ପାଇଁ ତାଙ୍କ ଉପରେ ଭୁଲ ତଦନ୍ତ କରିବାକୁ ଚାପ ଦିଆଯାଇଥିଲା।

Advertisment

ମୁଜାଓ୍ଵାର ମାଲେଗାଁ ବିସ୍ଫୋରଣ ମାମଲାର ତଦନ୍ତ କରୁଥିବା ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ (ଏଟିଏସ)ର ଜଣେ ସଦସ୍ୟ ଥିଲେ। ଏକ ସାକ୍ଷାତକାରରେ ମହବୁବ ମୁଜାଓ୍ଵାର କହିଛନ୍ତି ଯେ, ମାଲେଗାଁ ବିସ୍ଫୋରଣ ମାମଲାର ତଦନ୍ତ ଅଧିକାରୀ ପରମବୀର ସିଂହ ତାଙ୍କୁ ସରସଂଘଚାଳକ ମୋହନ ଭାଗବତଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲେ। ମୁଜାଓ୍ଵାର କହିଛନ୍ତି, “ମୁଁ ଏହାର ବିରୋଧ କରିଥିଲି କାରଣ ମୁଁ ଭୁଲ କାମ କରିବାକୁ ଚାହୁଁନଥିଲି।” ସେ ଆହୁରି ଦାବି କରିଛନ୍ତି ଯେ, ତଦନ୍ତକାରୀ ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ମାନିବାକୁ ଅସ୍ୱୀକାର କରିବା ପରେ ତାଙ୍କୁ ମିଥ୍ୟା ମାମଲାରେ ଫସାଯାଇଥିଲା। କିନ୍ତୁ ମୁଁ ସମସ୍ତ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛି ।

ମହବୁବ ମୁଜାଓ୍ଵାର କହିଛନ୍ତି, “ସେହି ସମୟର ଆଇପିଏସ ଅଧିକାରୀ ପରମବୀର ସିଂହ ମୋ ଉପରେ ଚାପ ପକାଇଥିଲେ ଯେ, ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଚାର୍ଜସିଟରେ ଜୀବିତ ବୋଲି ଦର୍ଶାଅ । ମୁଁ କରିପାରିବିନି ବୋଲି ରୋକଠୋକ୍ ଶୁଣାଇ ଦେଇଥିଲି ବୋଲି ସେ କହିଛନ୍ତି । ଏଟିଏସ ସେତେବେଳେ କ’ଣ ତଦନ୍ତ କରିଥିଲା ଓ କାହିଁକି କରିଥିଲା ତାହା ମୁଁ କହିପାରିବି ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ମୋତେ ରାମ କଲସଙ୍ଗରା, ସନ୍ଦୀପ ଡାଙ୍ଗେ, ଦିଲୀପ ପାଟୀଦାର ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ପରି ବ୍ୟକ୍ତିଙ୍କ ବିଷୟରେ କିଛି ଗୋପନୀୟ ଆଦେଶ ଦିଆଯାଇଥିଲା।”

Advertisment

୨୦୦୮ ମସିହାରେ ମହାରାଷ୍ଟ୍ରର ମାଲେଗାଁ ସହରରେ ହୋଇଥିବା ବିସ୍ଫୋରଣରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ବିସ୍ଫୋରଣର ପ୍ରାୟ ୧୭ ବର୍ଷ ପରେ ଏନଆଇଏର ସ୍ପେଶାଲ କୋର୍ଟ ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ କୌଣସି ବିଶ୍ୱସନୀୟ ଏବଂ ନିର୍ଭରଯୋଗ୍ୟ ପ୍ରମାଣ ନାହିଁ।

ଅଧିକ ପଢ଼ନ୍ତୁ: ବିସ୍ଫୋରଣ ମାମଲାରେ ଏହି ୫ଟି ପ୍ରମୁଖ କାରଣ ପାଇଁ ନିର୍ଦ୍ଦୋଷ ଘୋଷିତ ହେଲେ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ୭ ଅଭିଯୁକ୍ତ

Advertisment
Bomb Blast Mohan Bhagwat Maharastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ