Advertisment

ଲୁଧିଆନାର କୋର୍ଟ ପରିସରରେ ବିସ୍ଫୋରଣ; ୨ ମୃତ

ପଞ୍ଜାବ ଲୁଧିଆନାର ଜିଲ୍ଲା କୋର୍ଟ ପରିସରରେ ବୋମା ବିସ୍ଫୋରଣ ଘଟିଛି । କୋର୍ଟ କମ୍ପ୍ଲେକ୍ସରେ ଥିବା ତୃତୀୟ ମହଲାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗରୁରୁତର ହୋଇଥିବା ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
Ludhiana Court Blast

Ludhiana Court Blast

Advertisment

ନୂଆଦିଲ୍ଲୀ: ପଞ୍ଜାବ ଲୁଧିଆନାର ଜିଲ୍ଲା କୋର୍ଟ ପରିସରରେ ବୋମା ବିସ୍ଫୋରଣ ଘଟିଛି । କୋର୍ଟ କମ୍ପ୍ଲେକ୍ସରେ ଥିବା ତୃତୀୟ ମହଲାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗରୁରୁତର ହୋଇଥିବା ସୂଚନା ମିଳିଛି । ତୃତୀୟ ମହଲାରେ ଏହି ବିସ୍ଫୋରଣ ହୋଇଥିବା ବେଳେ କୋର୍ଟ ପରିସରରେ ଥିବା ଅନେକ ଗାଡ଼ି ଭାଙ୍ଗିଥିବା ସୂଚନା ମିଳିଛି।

Advertisment

ବିସ୍ଫୋରଣର କାରଣ କିଛି ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମ୍ପୂର୍ଣ୍ଣ କୋର୍ଟ ଚାରିପାଖକୁ ପୁଲିସ କର୍ଡ଼ନ କରିଛି। ୬ ତାଲା ବିଶିଷ୍ଟ ଏହି ବିଲ୍ଡିଂରୁ ଧୂଆଁ ବାହାରୁ ଥିବା ଏକ ଭିଡିଓ ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଗତ କିଛି ଦିନ ପୂର୍ବେ ଦିଲ୍ଲୀର ରୋହିଣୀ କୋର୍ଟରେ ମଧ୍ୟ ବିସ୍ଫୋରଣ ହୋଇଥିଲା। ଅଦାଲତ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ଘଟିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଦିଲ୍ଲୀରେ ଥିବା ରୋହିନୀ କୋର୍ଟ ଭିତରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ପୁଲିସ୍‌ ଡିଆରଡିଓର ଜଣେ ବୈଜ୍ଞାନିକଙ୍କୁ ଗିରଫ କରିଛି। ବୈଜ୍ଞାନିକ ଜଣଙ୍କ କୋର୍ଟରେ ଥିବା ଜଣେ ଓକିଲଙ୍କୁ ହତ୍ୟା କରିବା ପାଇଁ ଏପରି ଛୋଟ ଧରଣର ବୋମା ବିସ୍ଫୋରଣ କରିଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଡିସେମ୍ବର ୯ ତାରିଖରେ ଦିଲ୍ଲୀର ରୋହିନୀ କୋର୍ଟରେ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ଆହତ ହୋଇଥିଲେ। ବିସ୍ଫୋରଣର ତୀବ୍ରତା ବହୁତ କମ ଥିବାରୁ କୌଣସି ବଡ଼ ଅଘଟଣ ଘଟି ନଥିଲା।

Advertisment
Punjab Blast Ludhiana Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ