Advertisment

CRPF ଯବାନଙ୍କୁ ନେଇ ଯାଉଥିବା ଟ୍ରେନ୍‌ରେ ବିସ୍ଫୋରଣ

ଛତିଶଗଡ଼ ରାୟପୁର ରେଲ୍‌ୱେ ଷ୍ଟେସନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଷ୍ଟେସନରେ ଅଟକି ଥିବା ଏକ ଟ୍ରେନ୍‌ ଭିତରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସିଆର୍‌ପିଏଫ୍‌ ଯବାନମାନେ ଏହି ସ୍ପେଶାଲ ଟ୍ରେନ୍‌ରେ ଯାତ୍ରା କରୁଥିଲେ।

Blast At Raipur Railway Station

Blast At Raipur Railway Station

Advertisment

ରାୟପୁର: ଛତିଶଗଡ଼ ରାୟପୁର ରେଲ୍‌ୱେ ଷ୍ଟେସନରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଷ୍ଟେସନରେ ଅଟକି ଥିବା ଏକ ଟ୍ରେନ୍‌ ଭିତରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏଥିରେ ୬ ଜଣ CRPF ଯବାନ ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ ପ୍ଲାଟ୍‌ଫର୍ମ ନଂ-୨ରେ ବିସ୍ଫୋରଣ ଘଟିଥିଲା। ସିଆର୍‌ପିଏଫ୍‌ ଯବାନମାନେ ଏହି ସ୍ପେଶାଲ ଟ୍ରେନ୍‌ରେ ଯାତ୍ରା କରୁଥିଲେ।   

Advertisment

ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି। ତାଙ୍କୁ ରାୟପୁର ସ୍ଥିତ ଶ୍ରୀ ନାରାୟଣ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟ ଯବାନଙ୍କୁ ପୋଲିସ୍‌ ଉଦ୍ଧାର କରିଛି। ଘଟଣା ପରେ ରେଲ୍‌ୱେ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି। କୌଣସି କାରଣ ବଶତଃ ଏକ ବକ୍ସରେ ଭର୍ତ୍ତି ଥିବା ଇଗ୍‌ନାଇଟର ତଳେ ପଡ଼ି ଯୋଗୁ ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଯବାନ ଆହତ ହୋଇଥିଲେ। ବିସ୍ଫୋରଣ ପରେ କିଛି ସମୟ ପର୍ଯ୍ୟନ୍ତ ରେଲ୍‌ୱେ ଷ୍ଟେସନରେ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ସକାଳ ୭ଟା ୧୫ରେ ଟ୍ରେନ୍‌ଟି ଷ୍ଟେସନରୁ ଛାଡ଼ି ଥିଲା। 

ଖବର ପାଇ CRPFର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisment
CRPF Blast At Raipur Railway Station Raipur Railway Station Blast CRPF Jawan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ