Advertisment

ଘଣ୍ଟାଏ ଭିତରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ...ଜଣେ ମୃତ, ୨୦ରୁ ଅଧିକ ଆହତ

ଏକାଧିକ ବିସ୍ଫୋରଣ ଘଟି ଜଣଙ୍କର ମୃତ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । କେରଳର ଏର୍ଣ୍ଣାକୁଲମରେ ଏହି ବିସ୍ଫୋରଣ ହୋଇଛି ।

ଅଦ୍ୟତନ ହୋଇଛି
Blast In Kerala

Blast In Kerala

Advertisment

କେରଳରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏକାଧିକ ବିସ୍ଫୋରଣ ଘଟି ଜଣଙ୍କର ମୃତ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । କେରଳର ଏର୍ଣ୍ଣାକୁଲମରେ ଏହି ବିସ୍ଫୋରଣ ହୋଇଛି । କାଲାମାସେରି ସ୍ଥିତ କନଭେନସନ ସେଣ୍ଟରରେ ପ୍ରାର୍ଥନା ସଭା ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । 

Advertisment

ଆଜି ସକାଳ ୯ଟାରୁ ୧୦ଟା ଯାଏ ଘଣ୍ଟାଏ ମଧ୍ୟରେ ଏକାଧିକ ବିସ୍ଫୋରଣ ହୋଇଥିଲା । ତେବେ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି । ଅନ୍ୟପକ୍ଷେ, NIA ଟିମ୍‌ ତଦନ୍ତ ପାଇଁ ଘଟଣାସ୍ଥଳ ଅଭିମୁଖେ ଯାଉଥିବା ସୂଚନା ମିଳିଛି ।

Advertisment

ସୂଚନାଥାଉ କି, ପ୍ରାର୍ଥନା ସଭାରେ ୨ ହଜାରରୁ ଅଧିକ ଲୋକ ଏକାଠି ହୋଇଥିଲେ । ତେବେ ଏହି ସମୟରେ ଏକାଧିକ ବିସ୍ଫୋରଣ ହୋଇଥିଲା । ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳକୁ DGPଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପଠାଇଛନ୍ତି । 

Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ