ମୋଦିଙ୍କ ଭାବମୂର୍ତ୍ତୀ ଆଗରେ ମାଟି କାମୁଡ଼ି ଥିଲେ ବିରୋଧୀ

୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍‌ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ।

PM Modi

ଆଜି ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ଭୋଟ୍ ଗଣତି ଚାଲିଛି।ଟ୍ରେଣ୍ଡ୍‌ ଅନୁସାରେ, ଉତ୍ତରପ୍ରଦେଶରେ ବିଜେପି ୧୮୮ଟି ଆସନରେ ଆଗୁଆ ରହିଛି। ସମାଜବାଦୀ ପାର୍ଟି ମଧ୍ୟ ୭୩ଟି ଆସନରେ ଆଗୁଆ ରହିଛି। ବିଜେପି-ସପା ମଧ୍ୟରେ କଡ଼ା ଟକ୍କର ଚାଲିଥିବା ଦେଖିବାକୁ ମିଳିଛି। ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍‌ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ।

୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୩୧୨ଟି ଆସନ ଜିତି ବିରୋଧୀଙ୍କୁ ଧରାଶାୟୀ କରିଥିଲା ବିଜେପି। କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ ୩୨୫ଟି ଆସନ ଜିତିଥିଲେ। ତେବେ ବିଜେପି ଅନ୍ୟ ଦଳ ସହ ମିଶି ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲା। ମୋଦିଙ୍କ ଯାଦୁ ଆଗରେ କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ ଫେଲ୍‌ ମାରିବା ସହ ଜାତି ଓ ଆଞ୍ଚଳିକବାଦ ରାଜନୀତି କିଛି କାମ ଦେଇ ନଥିଲା। 

୨୦୧୭ରେ ୟୁପିରେ ବିଜେପି ବିଜୟ ପଛର କାରଣ କ’ଣ ?