Advertisment

ଆସନ୍ତା ସପ୍ତାହରେ ୧୦୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି !

ଆସନ୍ତା ୨୯ ତାରିଖ ଗୁରୁବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଆଉ ଏହି ବୈଠକ ପରେ ଦଳ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣିଆ ତାଲିକା ଘୋଷଣା କରିପାରେ ।

ଅଦ୍ୟତନ ହୋଇଛି
BJP

BJP

Advertisment

ଲୋକସଭା ନିର୍ବାଚନ ପାଇଁ ଏଯାଏଁ ତାରିଖ ଘୋଷଣା ହୋଇନି। କିନ୍ତୁ ଫୁଲ୍‌ ଦମ୍‌ରେ ପ୍ରସ୍ତୁତି ଜାରି ରଖିଛି ବିଜେପି। ତେବେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ଏବେ ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଛି। ଆସନ୍ତା ସପ୍ତାହରେ ବିଜେପି ୧୦୦ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ପରି ହେଭିୱେଟଙ୍କ ନାଁ ରହିପାରେ । ଜାତୀୟ ଗଣମାଧ୍ୟମରେ ଏନେଇ ଜୋରଦାର ଚର୍ଚ୍ଚା ହେଉଛି । ଆସନ୍ତା ୨୯ ତାରିଖ ଗୁରୁବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଆଉଏହି ବୈଠକ ପରେ ଦଳ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣିଆ ତାଲିକା ଘୋଷଣା କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚାର୍ଚ୍ଚା ଲାଗିରହିଛି। ପ୍ରଥମ ପର୍ଯ୍ୟାୟ ତାଲିକା ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ କାରଣ କେନ୍ଦ୍ରର ମୋଦି ସରକାର ୫୪୩ ଲୋକସଭା ଆସନରୁ ୩୭୦ ସିଟ୍ ଏବଂ ଏନଡିଏ ୪୦୦ ଆସନ ଜିତିବାକୁ ଲକ୍ଷ୍ୟ ରଖିଛି ।

Advertisment

ସେପଟେ ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ହୋଇଛି ନିର୍ବାଚନୀ ମାନସମନ୍ଥନ। ସବୁ ରାଜ୍ୟର ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ନେଇ, ବୈଠକର ଅଧ୍ୟକ୍ଷତା କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତରପ୍ରଦେଶ ପାଇଁ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଯୋଗ ଦେଇଛନ୍ତି। ସେହିପରି ଓଡ଼ିଶା ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ଯୋଗ ବୈଠକରେ ସାମିଲ ହୋଇଛନ୍ତି।

ଅନ୍ୟପଟେ ନିର୍ବାଚନ ପୂର୍ବରୁ ବୁଲିବ ନଡ୍ଡାଙ୍କ ରଥ। ବଖାଣିବ ମୋଦି ସରକାରଙ୍କ ଗତ ୧୦ ବର୍ଷର ସଫଳତାର କଥା। ଆସନ୍ତା ଲୋକସଭା ନିର୍ବାଚନକୁ ଆଖି
ଆଗରେ ରଖି ଏହି ନିଷ୍ପତ୍ତି ନେଇଛି ବିଜେପି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କର ଏହି ରଥ ସାରା ଦେଶରେ ବୁଲିବ ବୋଲି ସୂଚନା ମିଳିଛି।

Advertisment
Narendra Modi Amit Shah BJP 2024 General Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ